ଭାରତ ଏବଂ ନେପାଳର ମିଳିତ ସମରାଭ୍ୟାସ

ଭାରତ ଏବଂ ନେପାଳର ସଶସ୍ତ୍ର ବାହିନୀ ମଧ୍ୟରେ ବହୁ ପ୍ରତୀକ୍ଷିତ ମିଳିତ ସାମରିକ ଅଭ୍ୟାସ “ସୂର୍ଯ୍ୟ କିରଣ- XVII” ଗତକାଲି ଠାରୁ  ଉତ୍ତରାଖଣ୍ଡର ପିଥୋରାଗଡରେ ଆରମ୍ଭ ହୋଇଯାଇଛି । ୧୪ ଦିନିଆ ଏହି ସଂଯୁକ୍ତ ସମରାଭ୍ୟାସ ୨୪ ନଭେମ୍ବର ରୁ ଆରମ୍ଭ ହୋଇ ୭ ଡିସେମ୍ବର ଯାଏ ଚାଲିବ । ନେପାଳୀ ଦଳର ପ୍ରତିନିଧିତ୍ୱ ନେପାଳ  ସେନାବାହିନୀର ଶ୍ରୀ ତାରା ଦଳ ବାଟାଲିୟନ ଦ୍ୱାରା କରାଯାଉଥିବା ବେଳେ ଭାରତୀୟ ଦଳକୁ ‘ପଞ୍ଚସୁଳ ବ୍ରିଗେଡ୍’ର କୁମାୟୁଂ ବାଟାଲିଅନ୍ ପ୍ରତିନିଧିତ୍ୱ କରୁଛନ୍ତି। ଉଦ୍‌ଘାଟନୀ ସମାରୋହରେ ଉଭୟ ସେନାର  ପ୍ରତିନିଧୀମାନେ ପରସ୍ପର ସହ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି । ଏହି ଅଞ୍ଚଳରେ ଶାନ୍ତି, ନିରାପତ୍ତା ଏବଂ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ସହଭାଗୀ ପ୍ରତିବଦ୍ଧତା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅଭ୍ୟାସ ଭାରତ ଏବଂ ନେପାଳର ସୈନ୍ୟମାନଙ୍କ ପାଇଁ ଅଭିଜ୍ଞତା ଆଦାନ ପ୍ରଦାନ, ପରସ୍ପରର ସର୍ବୋତ୍ତମ ଅଭ୍ୟାସରୁ ଶିଖିବା ଏବଂ ପରସ୍ପରର ଯୁଦ୍ଧ ଦକ୍ଷତା ବିଷୟରେ ଗଭୀର ଅନୁଶୀଳନ ପାଇଁ ଏକ ମଞ୍ଚ ଯୋଗାଇବ ।

SHARE BY