ଶବ ରଖାଯାଇଥିବା ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ । ଭଙ୍ଗା କାର୍ଯ୍ୟରେ ୨ଟି ଜେସିବି ନିୟୋଜିତ ଅଛନ୍ତି । ତହସିଲଦାର ଓ ପୋଲିସ ଉପସ୍ଥିତିରେ ଭଙ୍ଗାଯାଉଛି ଘର । ଗତ ୨ ତାରିଖରେ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହେବା ପରେ କୁଢ଼ କୁଢ଼ ମୃତଦେହକୁ ବୋହି ନେଇ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ତେଣୁ ସ୍କୁଲ ଘର ଭିତରେ ଶବ ରହିଥିବାରୁ ସ୍କୁଲ ଆସିବାକୁ ଡରୁଥିଲେ ଛାତ୍ରଛାତ୍ରୀ । ଏନେଇ ବିଦ୍ୟାଳୟ କମିଟି ପକ୍ଷରୁ ବିଦ୍ୟାଳୟ ଭଙ୍ଗାଯିବା ପାଇଁ ଦାବି ହୋଇଥିଲା । ଗତକାଲି ଜିଲ୍ଲାପାଳ ପହଞ୍ଚି ସ୍କୁଲ କମିଟି ସହ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା