The Topmost

“The eyes believe themselves, the ears believe other people.”

ବ୍ୟାପୁଛି ଜଙ୍ଗଲ ନିଆଁ, ପ୍ରଶାସନ ପକ୍ଷରୁ ଜରୁରୀ ସ୍ଥିତି ଘୋଷଣା

ଆମେରିକାର କାଲିଫର୍ଣ୍ଣିଆରେ ବିସ୍ଫୋରକ ରୂପ ନେଇଛି ଜଙ୍ଗଲନିଆଁ । ଯାହାଫଳରେ ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ୟୋସେମାଇଟ୍‌ ନ୍ୟାସନାଲ ପାର୍କ ନିକଟରେ ଜଙ୍ଗଲ ନିଆଁ ଭୟଙ୍କର ଭାବେ ମାଡ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବାପାଇଁ ଅଗ୍ନିଶମ କର୍ମଚାରୀମାନେ ସଂଘର୍ଷ କରୁଛନ୍ତି । ଏହା ସେମାନଙ୍କ ପାଇଁ ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହେଉଥିବା କାଲିଫର୍ଣ୍ଣିଆ ଅଗ୍ନିଶମ ବିଭାଗ ପକ୍ଷରୁ କୁହଯାଇଛି । ଏହି ଭୟଙ୍କର ଜଙ୍ଗଲ ନିଆଁରେ ଏ ପର୍ଯ୍ୟନ୍ତ ୬ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ୧୦ରୁ ଉର୍ଦ୍ଧ୍ବ ଘର ଧ୍ୱଂସ ହୋଇସାରିଲାଣି । ଏହାକୁ ଦୃଷ୍ଟିରେ ରଖି ମାରିପୋସା କାଉଣ୍ଟିରେ ଜରୁରି ସ୍ଥିତି ଘୋଷଣା କରାଯାଇଛି ।

SHARE BY