କେରଳ ହାଇକୋର୍ଟଙ୍କ ବଡ଼ ରାୟ । ବ୍ୟକ୍ତିକୁ ପରିଚୟ ପତ୍ରରେ ବାପାଙ୍କ ନାଁ ନଲେଖିବାର ଅଧିକାର ଅଛି । ଅବିବାହିତ ମହିଳା ଏବଂ ରେପ ପୀଡିତା ମହିଳାଙ୍କ ସନ୍ତାନଙ୍କୁ ଅପମାନ ଏବଂ ସମାଜର ଧିକ୍କାରରୁ ସୁରକ୍ଷା ଦେବା ପାଇଁ କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି । କୋର୍ଟ କହିଛନ୍ତି ଯେ କୌଣସି ବି ମନୁଷ୍ୟକୁ ନିଜ ପରିଚୟ ପତ୍ରରେ ବାପାଙ୍କ ନାଁ ନଲେଖିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ଅବିବାହିତ ମା’ ଏବଂ ରେପ୍ ପୀଡିତାଙ୍କ ସନ୍ତାନକୁ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏହି ରାଏ ଶୁଣାଇଛନ୍ତି କୋର୍ଟ । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆବେଦନକାରୀଙ୍କ ପ୍ୟାରେଣ୍ଟ ରୂପରେ କେବଳ ମା’ଙ୍କ ନାଁ ଥିବା ସାର୍ଟିଫିକେଟ ଜାରି କରାଯାଉ । ଏବଂ ଶୁଣାଣି ସମୟରେ ବିଚାରପତି କୁହ୍ନିକୃଷ୍ଣାନ ମହାଭାରତର କର୍ଣ୍ଣଙ୍କ ଉଦାହରଣ ଦେଇ କହିଥିଲେ ଯେ ଆମେ ଏପରି ଏକ ସମାଜ ଚାହୁଁଛେ ଯେଉଁଥିରେ କର୍ଣ୍ଣ ଭଳି ବ୍ୟକ୍ତି ନରହୁନ୍ତୁ । ଯିଏ ନିଜ ଜୀବନକୁ ଅଭିସପ୍ତ ବୋଲି ଭାବିବ । ନିଜ ବାପା-ମାଙ୍କ ନାଁ ନଜାଣିଥିବା କାରଣରୁ ସେମାନଙ୍କୁ ଅପମାନର ସାମ୍ନା କରିବାକୁ ପଡିବ । ଏହାପରେ କୋର୍ଟ ଜନ୍ମ ସାର୍ଟିଫିକେଟରେ କେବଳ ମା’ଙ୍କ ନାଁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ