The Topmost

“The eyes believe themselves, the ears believe other people.”

ବ୍ରାସିଲିଆ ହିଂସା ଘଟଣା

ବ୍ରାଜିଲ ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଇ ଇନାସିଓ ଲୁଲା ଡି ସିଲଭା । ଦୁଇ ସପ୍ତାହ ତଳେ ବ୍ରାସିଲିଆରେ ଘଟିଥିବା ହିଂସା ଘଟଣାରେ ସେନାମୁଖ୍ୟ ଜୁଲିଓ ସେସାର ଆରୁଦ୍ଦାଙ୍କୁ ବହିଷ୍କାର କରିଛନ୍ତି ଲୁଲା । ଆର୍ଜେଣ୍ଟିନା ଗସ୍ତ ପୂର୍ବରୁ ସେ ଏହି ପଦକ୍ଷେପ ନେଇଛନ୍ତି । ଗତ ଡିସେମ୍ବର ୩୦ରେ ଆରୁଦ୍ଦା ଦାୟିତ୍ବ ନେଇଥିଲେ । ଗତ ଜାନୁଆରୀ ୮ ତାରିଖରେ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ୩ ହଜାରରୁ ଅଧିକ ସମର୍ଥକ ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ କେତେକ ନିରାପତ୍ତା ଯବାନ ସାମିଲ ଥିଲେ ବୋଲି ଅଭିଯୋଗ ହୋଇଥିଲା । ଗତକାଲି ରାଷ୍ଟ୍ରପତି ଲୁଲାଙ୍କ ସହ ଆଲୋଚନା ପରେ ଏନେଇ ଘୋଷଣା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଜୋସ୍ ମୁସିଓ ।