ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଆଇଆଇସିଙ୍କ ଏତଲା । କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଗୁଳି ମାରିଥିବା ଗୋପାଳ ଦାସଙ୍କୁ ଗତକାଲି ଟ୍ରାଫିକ କ୍ଲିଅରାନ୍ସ ଡ୍ୟୁଟି ଦିଆଯାଇଥିଲା । ନବ ଦାସଙ୍କ ଗସ୍ତ ପାଇଁ ଅନ୍ୟ ପୁଲିସ ଅଧିକାରୀଙ୍କୁ ମଧ୍ୟ ଦିଆ ଯାଇଥିଲା ଭିନ୍ନ ଭିନ୍ନ ଡ୍ୟୁଟି । ନବ ଦାସ ୧୨ଟା ୧୫ ମିନିଟ୍ ପାଖାପାଖି ସେହି ସ୍ଥାନରେ ପହଞ୍ଚିବା ପରେ ଗୋପାଳ ନିଜ ଡିଉଟି ଛାଡ଼ି ତାଙ୍କ ନିକଟକୁ ଯାଇ ଗୁଳି ମାରିଥିଲେ । ନବଙ୍କୁ ଗୁଳି ମାରିବା ପରେ ତାଙ୍କୁ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ରାମପୁର ପୁଲିସ ଆଉଟ ପୋଷ୍ଟ କନେଷ୍ଟବଳ କେ ସି ପ୍ରଧାନ କାବୁ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଗୋପାଳ ଆଉ ଦୁଇ ରାଉଣ୍ଡ ଫାୟାରିଂ କରିଥିଲା। ଆଉ ଦୁଇ ରାଉଣ୍ଡ ଫାୟାରିଂରେ କଳିଙ୍ଗ ନଗର ବାସିନ୍ଦା ଜୀବନଲାଲ ନାୟକ ନାମକ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଆଇଆଇସିଙ୍କ ଆଙ୍ଗୁଳିରେ ଗୁଳି ଲାଗିଥିଲା।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା