ଆଜିକାଲି ଅନେକଙ୍କ କ୍ଷେତ୍ରରେ ଓଜନ ବଢିବା ସହିତ ଏହାକୁ ନେଇ ଚିନ୍ତା ମଧ୍ୟ ବଢୁଛି । ଓଜନ କମ କରିବା ପାଇଁ ଡାଏଟିଂ ଠାରୁ ଆରମ୍ଭ କରି ଘଣ୍ଟା ପରେ ଘଣ୍ଟା ସମୟ ଜିମ୍ରେ କଟୁଛି । ଡାକ୍ତରୀ ଭାଷାରେ ଏହି ସମସ୍ୟାକୁ ମେଦବହୁଳତା କୁହାଯାଇଥାଏ । ମେଦବହୁଳତା ଯେ କେବଳ ସୌନ୍ଦର୍ଯ୍ୟ ଗତ ତୃଟି ଏଭଳି ନୁହେଁ, ଏହା ଏକ ରୋଗ । ଆମର ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ସବ ସ୍ଥାନରେ ଏହି ରୋଗ କାୟା ବିସ୍ତାର କରିବାରେ ଲାଗିଛି । କେବଳ ବୟସ୍କବ୍ୟକ୍ତି ନୁହେଁ ଯୁବାବସ୍ଥା ଓ ଛୋଟପିଲାମାନେ ମଧ୍ୟ ମେଦବହୁଳତାର ଶିକାର ହେଉଛନ୍ତି ।
ଓଜନ କମ୍କରିବା ପାଇଁ ଅନେକ ବ୍ୟକ୍ତି ଡାଏଟିଂ କରିବା ସହିତ ନିୟମିତ ବ୍ୟାୟାମ କରିଥାନ୍ତି । ଯାହା ଫଳରେ ପ୍ରଥମ କିଛି ଦିନ ଓଜନ କମିଥାଏ ହେଲେ ପରବର୍ତ୍ତୀ ସମୟରେ ପୁଣି ଥରେ ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ । ମାତ୍ରାଧିକ ଡାଏଟିଂ କରିବା ଦ୍ୱାରା ଶରୀର ଉପରେ ଅନେକ କୁପ୍ରଭାବ ମଧ୍ୟ ପଡ଼ିିଥାଏ । ଏହା ଛଡ଼ା କେତେକ ବ୍ୟକ୍ତିଙ୍କର ଓଜନ ଅତ୍ୟଧିକ ବୃଦ୍ଧି ହୋଇଥିବା କାରଣରୁ କେବଳ ଡାଏଟିଂ କିମ୍ବା ବ୍ୟାୟାମ ଦ୍ୱାରା ଓଜନ କମ୍ କରିବା ସହଜ ହୋଇନଥାଏ । ଏହି ବ୍ୟକ୍ତିମାନଙ୍କୁ ବେରିଆଟ୍ରିକ୍ ସର୍ଜରୀ ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି ।
ଓଜନ ଅଧିକ ଥିଲେ
- ମଧୁମେହ ଆଶଙ୍କା ଅଧିକ
- ହୃତଘାତ ସମ୍ଭାବନା ବଢିଥାଏ
- ଉଚ୍ଚ ରକ୍ତଚାପ
- ବିଭିନ୍ନ କ୍ୟାନସର ହେବାର ସମ୍ଭାବନା
- ଆଣ୍ଠୁଗଣwି ଯନ୍ତ୍ରଣା
- ନିଦ୍ରା ହିନତା
- ଅନିୟମିତ ଋତୁସ୍ରାବ
- ସବୁବେଳେ ହାଲିଆ ଲାଗେ
- ସ୍ମରଣ ଶକ୍ତିରେ ହ୍ରାସ
- ବୟସ୍କ ଦେଖାଯିବା
- ଘୁଙ୍ଗୁଡ଼ି ସମସ୍ୟା ବଢ଼ିଥାଏ
- ଶୋଇଥିବା ବେଳେ ହଠାତ୍ ମୃତୁ୍ୟ ହୋଇପାରେ
ବେରିଆଟ୍ରିକ୍ ସର୍ଜରୀ
ଯେତେବେଳେ ଶରୀରରେ ମେଦର ଅନୁପାତ ମାଂସପେଶୀଠାରୁ ଅଧିକ ହୋଇଥାଏ, ସେତେବେଳେ ତାକୁ ମେଦବହୁଳତା କୁହାଯାଏ । ତେବେ ଜଣେ ବ୍ୟକ୍ତି ମେଦବହୁଳକି ନୁହେଁ ତାହା ଜାଣିବା ପାଇଁ ସାଧାରଣତଃ ବୟସ ଓ ଉଚ୍ଚତା ଅନୁପାତରେ ଓଜନ କେତେ ହେବା ଉଚିତ୍୍ ତାହାକୁ ବଡିମାସ୍ ଇଣ୍ଡେକ୍ସ ହାରରେ ସ୍ଥିର କରାଯାଇଥାଏ । ଯଦି ଜଣେବ୍ୟକ୍ତିଙ୍କର ବିଏମ୍ଆଇ ୩୭.୫ ରୁ ଅଧିକ, ପେଟରେ ଅଧିକ ପରିମାଣରେ ଚର୍ବି ଜମା ହେବା, ଅଧିକ ଓଜନ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିି ହୋଇଥାଏ , ସେହି ସମୟରେ ବେରିଆଟ୍ରିକ୍ସର୍ଜରୀ ଡାକ୍ତରଙ୍କ ପରାମର୍ଶରେ କରିବା ଆବଶ୍ୟକ ।
ଏହି ଚିକିତ୍ସାରେ ପାକସ୍ଥଳୀର ଆକାରକୁ ଛୋଟ କରାଯାଇଥାଏ, ଯାହା ଫଳରେ ଅଧିକ ଖାଇବାକୁ ଇଚ୍ଛାହୁଏ ନାହିଁ । ଖାଦ୍ୟ ପ୍ରତି ଆକର୍ଷଣ କମିଯାଏ । କିଛି ଦିନ ମଧ୍ୟରେ ରୋଗୀର ଓଜନ କମିବାକୁ ଲାଗେ । ଏହାକ ଲାପ୍ରୋସ୍କୋପିକ୍ ପଦ୍ଧତିରେ କରାଯାଇଥାଏ । ବ୍ୟାରିଆଟିକ୍ ସର୍ଜରୀରେ ସ୍ଲିିଭ୍ଗ୍ୟାଷ୍ଟ୍ରୋକ୍୍ଟୋମି ଏବଂ ଇଲିଆଲ୍୍ ଟ୍ରାନ୍ସପୋଜିସନ୍ କରାଯାଏ । ଶରୀରରେ ଜମା ହୋଇଥିବା ଅନାବଶ୍ୟକ ମେଦହ ୍ରାସକରିବା ପାଇଁ ବ୍ୟାରିଆଟ୍ରିକ୍ ସର୍ଜରୀ ବେଶ୍ ଉପକାରୀ । ଏହା ଏକ ନିରାପଦସର୍ଜରୀ, ଯେଉଁଥିରେ ଜଟିଳତା ଦେଖାଯିବାର ଆଶଙ୍କା କମ୍ ଥାଏ । ଯଦି ଉପରୋକ୍ତ କୌଣସି ସମସ୍ୟା ଦେଖାଯାଉଛି ତେବେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
More Stories
ନିୟନ୍ତ୍ରଣ ହୋଇଯିବ ଉଚ୍ଚ ରକ୍ତଚାପ, ଖାଆନ୍ତୁ ଏହି ସବୁ ଦ୍ରବ୍ୟ
ଓଜନ ହ୍ରାସରେ ରାମବାଣ ଲାଉ ଜୁସ୍
ବଟର ବନାମ ଘିଅ: କାହାକୁ ଖାଇବା ସ୍ବାସ୍ଥ୍ୟପକ୍ଷେ ଭଲ