The Topmost

“The eyes believe themselves, the ears believe other people.”

esf

ବେଡ୍ସିଟ୍ କିଣୁଥିଲେ

ସମସ୍ତେ ନିଜ ଘରକୁ ସଫା ସୁନ୍ଦର ରଖିବା ପାଇଁ ସବୁବେଳେ ଚେଷ୍ଟା କରିଥାଆନ୍ତି। ବେଡ୍ରୁମ୍ରେ ପଡିଥିବା ବେଡ୍ସିଟ୍ ବେଡ୍ରୁମର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ତେଣୁ ସମସ୍ତେ ନିଜ ବେଡ୍କୁ ଆକର୍ଷିତ କରିବା ପାଇଁ ଭଳିକି ଭଳି ବେଡ୍ସିଟ୍ ବ୍ୟବହାର କରନ୍ତି। ତେବେ ବେଡ୍ସିଟ ଚୟନ ବେଳେ କେତେକ କଥାର ଧ୍ୟାନ ଦେବାକୁ ହୋଇଥାଏ। ଏହାକୁ ଚୟନ କରିବା ପାଇଁ ଏହାର ଫ୍ୟାବ୍ରିକ୍, ଆକାର, ରଙ୍ଗ, କେଉଁ ଋତୁରେ ଆପଣ ଏହାକୁ ବ୍ୟବହାର କରୁଛନ୍ତି ଏ ସମସ୍ତ ଜିନିଷ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ। ତେବେ ସେହି ବିଷୟରେ କିଛି ଟିପ୍ସ
କଟନ ବେଡ୍ସିଟ୍
କଟନ ବେଡ୍ସିଟକୁ ଆପଣ ଖରାଦିନେ ବ୍ୟବହାର କରିପାରିବେ। ଗରମଦିନେ ଗ୍ରେସ୍ କଟନ ବେଡ୍ସିଟ୍ ସବୁଠାରୁ ଉପଯୁକ୍ତ। ଗ୍ରିସ୍ କଟନରେ ଆପଣଙ୍କୁ ଅନେକ ଭେରାଇଟି ମିଳିବ। ଏହା ଆପଣଙ୍କୁ ଗରମରୁ ମୁକ୍ତି ଦେବା ସହିତ ଏହାକୁ ସଫା କରିବା ମଧ୍ୟ ସହଜ। ଏହି ବେଡ୍ସିଟ୍ ବେଡ୍କୁ ମଧ୍ୟ ଭଲ ଲୁକ୍ ଦେଇଥାଏ।
ଠିକ୍ ଆକାର
ଯେବେ ବି ଆପଣ ବେଡ୍ସିଟ୍ କିଣୁଛନ୍ତି ତେବେ ସେହି ସମୟରେ ବେଡ୍ସିଟ୍ର ରଙ୍ଗ ଉପରେ ଧ୍ୟାନ ଦିଅନ୍ତୁ। ଏହାସହ ଏହାର ଆକାର ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। କଟନ ବେଡ୍ସିଟ୍କୁ ଧୋଇବା ପରେ ଏହା ସଙ୍କୁଚିତ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ କିଣିବା ସମୟରେ ଏହାର ଆକାର ଉପରେ ଧ୍ୟାନ ଦିଅନ୍ତୁ। ସର୍ବଦା ବେଡ୍ ସାଇଜଠାରୁ ଅଧିକ ଲମ୍ବାର କିଣନ୍ତୁ।
ରିଙ୍କଲ ଫ୍ରି ବେଡ୍ସିଟ୍
ବେଡ୍ସିଟ୍ ସବୁଦିନ ବ୍ୟବହାର ହୋଇଥାଏ। ତେଣୁ ଏଥିରେ ଭାଙ୍ଗ ପଡିବା ସ୍ୱାଭାବିକ। ହେଲେ ଅକସ୍ମାତ ଘରେ କେହି ଅତିଥି ଆସିଲେ ଏହା ଆପଣଙ୍କୁ ଅସୁବିଧାରେ ପକାଇଥାଏ। ତେଣୁ ଘରେ କେତେଟା ବେଡ୍ସିଟ୍ ରିଙ୍କଲ ଫ୍ରି ମଧ୍ୟ ରଖନ୍ତୁ। ଯାହା ଆପଣ ଘରକୁ କେହି ବନ୍ଧୁ ଆସିବା ସମୟରେ ବ୍ୟବହାର କରିପାରିବେ।
ଠିକ୍ ରଙ୍ଗର ଚୟନ
ସର୍ବଦା ବେଡ୍ସିଟ୍ କିଣିବା ବେଳେ ବେଡ୍ରୁମ୍ର କାନ୍ଥର ରଙ୍ଗକୁ ଧ୍ୟାନରେ ରଖି କିଣନ୍ତୁ। ସଠିକ ରଙ୍ଗର ବେଡ୍ସିଟ କିଣନ୍ତୁ। ଏହା ଆପଣଙ୍କ ବେଡ୍ରୁମ୍କୁ ଅଧିକ ସୁନ୍ଦର କରିବ।

https://thetopmost.in/?p=1969

https://thetopmost.in/?p=1725

mqhttps://thetopmost.in/?p=1493

https://thetopmost.in/?tag=central-board-of-trustees-cbt