() ବିହାରରେ ଅଗ୍ନିପଥ ହିଂସା ଥମିବାର ନାଁ ନେଉନାହିଁ । ଏନେଇ ଆଜି ଯୁବକମାନେ ଜହାନାବାଦରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହାସହ ଜାହାନାବାଦ ଜିଲ୍ଲାର ଟେହଟାରେ ବିକ୍ଷୋଭକାରୀ ଏକ ଟ୍ରକ୍ ଓ ବସରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ଟେହଟା ଆଉଟ୍ ପୋଷ୍ଟ ନିକଟରେ ଘଟି ଥିବାବେଳେ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ପଥର ମାଡ ମଧ୍ୟ କରିଛନ୍ତି । ଖବର ପାଇ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଁଚିଛନ୍ତି । ଏନେଇ ବିହାରର ୧୨ ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି । ସେପଟେ ଏସବୁକୁ ନଜରରେ ରଖି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ତେବେ ଏଥିରେ ଅଗ୍ନିପଥ ଯୋଜନାକୁ ନେଇ ହେଉଥିବା ବିକ୍ଷୋଭ ବାବଦରେ ଆଲୋଚନା ହୋଇପାରେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ