The Topmost

“The eyes believe themselves, the ears believe other people.”

ବିହାର ମଦ ଟ୍ରାଜେଡିରେ ବଢୁଛି ମୃତ୍ୟୁ ସଂଖ୍ୟା

ବିହାର ମଦ ଟ୍ରାଜେଡିରେ ବଢୁଛି ମୃତ୍ୟୁ ସଂଖ୍ୟା । ବିଷାକ୍ତ ମଦ ପିଇ ଏବେସୁଦ୍ଧା ୩୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ସେପଟେ ଡ୍ରାଏ ଷ୍ଟେଟରେ ମଦ ମୃତ୍ୟୁକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଧାନସଭାରେ ବି ସରକାରଙ୍କୁ ବିରୋଧୀ ଟାର୍ଗେଟ କରିବା ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । ଅନ୍ୟପଟେ ରାଜ୍ୟରେ ମଦ ବ୍ୟାନ ସଫଳ ହୋଇଛି । ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣା ପ୍ରାୟ ରାଜ୍ୟରୁ ଆସୁଥିବା ବେଳେ ନକଲି ମଦ ପିଇଲେ ଲୋକେ ମରିବା ନିଶ୍ଚିତ ବୋଲି ନୀତୀଶ କହିଛନ୍ତି । ରାଜ୍ୟରେ ମଦ ବ୍ୟାନ ପାଇଁ ସବୁ ଦଳ ଏକାଠି ନିଷ୍ପତ୍ତି ନେଇଥିଲେ । ରାଜ୍ୟବାସୀ ଏହାର ସୁଫଳ ପାଇଛନ୍ତି । ମାତ୍ର କେତେଜଣ ଅମାନିଆ ଏହାକୁ ନମାନି ବିଷାକ୍ତ ମଦ ପିଉଛନ୍ତି ।