The Topmost

“The eyes believe themselves, the ears believe other people.”

ବିହାର ବିଧାନସଭାରେ ପାସ୍‌ ହେଲା ୬୫% ସଂରକ୍ଷଣ ବିଲ୍‌

ଗୁରୁବାର ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ବିହାର ବିଧାନସଭାରେ ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍ ଆଗତ କରାଯାଇଛି । ଏହି ବିଲ୍ ସମସ୍ତ ପକ୍ଷ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଏହି ବିଲ୍‌ ମୁତାବକ ବିହାରରେ ବର୍ତ୍ତମାନ ରାଜ୍ୟର ଖାଲିଥିବା ପଦବୀରେ ଅନୁସୂଚିତ ଜାତିକୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତି ୨ପ୍ରତିଶତ, ପଛୁଆ ବର୍ଗଙ୍କୁ ୧୮ ପ୍ରତିଶତ ଏବଂ ଅତ୍ୟଧିକ ପଛୁଆ ବର୍ଗଙ୍କୁ ୨୫ ପ୍ରତିଶତ ସଂରକ୍ଷଣ ମିଳିବ । ଏହି ସଂରକ୍ଷଣ ସମୁଦାୟ ୬୫ ପ୍ରତିଶତ । ତେବେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ଲୋକଙ୍କ ପାଇଁ ପୂର୍ବରୁ ୧୦ ପ୍ରତିଶତ ସଂରକ୍ଷଣ ପୂର୍ବରୁ ପ୍ରଯୁଜ୍ୟ ରହିଛି । ମୋଟାମୋଟି ଭାବେ, ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣର ପରିସର ବର୍ତ୍ତମାନ ୭୫ ପ୍ରତିଶତ ରହିବ।

SHARE BY