ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା । ପୂର୍ବ ମେଦିନୀପୁରରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଘରେ ବୋମା ବିସ୍ଫୋରଣ । ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି । ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଏକ ସଭା ପୂର୍ବରୁ ଘଟିଛି ବିସ୍ଫୋରଣ । ଭୂପତିନଗର ପୋଲିସ ଥାନା ଅଧୀନ ଭଗବାନପୁର ନାର୍ଯ୍ୟବିଲାରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣରେ ଟିଏମସି ବୁଥ୍ ସଭାପତି ରାଜ କୁମାର ମାନ୍ନାଙ୍କ ଘର ଉଡିଯାଇଥିବା ସୂଚନା ମିଳିଛି । ଟିଏମସି କର୍ମୀଙ୍କ ଘରେ ହାତତିଆରି ବୋମା ଗଚ୍ଛିତ ଥିବା କାରଣରୁ ଏହି ବିସ୍ଫୋରଣ ଘଟିଥିବା ପୋଲିସ କହିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ