ବିଶ୍ୱ ବୃକକ୍ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କ ମଧ୍ୟରେ ବୃକକ୍ ସମ୍ବନ୍ଧିତ ସଚେତନ ସୃଷ୍ଟି କରିବା । ଏହି ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ବୃକକ୍ ଜନିତ ସମସ୍ୟା ଓ ନିରାକରଣ ବିଷୟରେ ଲୋକଙ୍କୁ ସୂଚନା ପ୍ରଦାନ କରାଯାଇଥାଏ । ଏହି ଦିବସକୁ ପ୍ରତିବର୍ଷ ମାର୍ଚ୍ଚମାସ ଦ୍ୱିତୀୟ ଗୁରୁବାରରେ ପାଳନ କରାଯାଇଥାଏ । ୨୦୦୬ ଭିତରେ ଏହି ଦିବସକୁ ୬୬ଟି ଦେଶ ପାଳନ କରୁଥିଲେ, ହେଲେ ମାତ୍ର ଦୁଇବର୍ଷ ମଧ୍ୟରେ ଏହି ସଂଖ୍ୟା ୮୮କୁ ବୃଦ୍ଧି ପାଇଥିଲା । ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ କିଡନୀ ସମସ୍ୟା ଦେଖାଯାଉଛି । ତେଣୁ ଏହି ଦିବସରେ ବିଭିନ୍ନ ସ୍ୱାସ୍ଥ୍ୟ ସଙ୍ଗଠନ ଓ ଏନ୍ଜିଓ ମିଶି ଲୋକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥାଆନ୍ତି । ଯେଉଁଥିରେ ଡାକ୍ତର ମାନେ ଲୋକଙ୍କର ଦ୍ୱନ୍ଦ ଦୂର କରନ୍ତି ।
More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି