The Topmost

“The eyes believe themselves, the ears believe other people.”

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ ତାରିଖ ଘୋଷଣା 

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା । ଏନେଇ ତାରିଖ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ଆଇସିସି । ୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ମ୍ୟାଚ୍ ଜୁନ୍ ୭ ତାରିଖରୁ ୧୧ ତାରିଖ ଯାଏଁ ଖେଳାଯିବ । ଜୁନ୍ ୧୨ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ଏଥର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ହୋଇପାରେ । ଅଷ୍ଟ୍ରେଲିଆ ଏବେ ଟେଷ୍ଟ ଚାମ୍ପିୟନସିପ୍ ରାଙ୍କିର ପ୍ରଥମ ସ୍ଥାନରେ ଥିବାବେଳେ, ତାହାର ବିଜୟ ପ୍ରତିଶତ ରହିଛି ୭୫.୫୬ ପ୍ରତିଶତ । ସେହିପରି ଭାରତୀୟ ଟିମ୍ ମଧ୍ୟ ରାଙ୍କିର ଦ୍ୱିତୀୟ ସ୍ଥାନରେ ରହିଛି । ଟିମ୍ ଇଣ୍ଡିଆର ବିଜୟ ପ୍ରତିଶତ ରହିଛି ୫୮.୯୩ ପ୍ରତିଶତ । ଏପରି ସ୍ଥିତିରେ ଏହି ଦୁଇଟି ଟିମ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ସମ୍ଭାବନା ଅଧିକ ରହିଛି ।