୧୭ ଲକ୍ଷ ଦୀପରେ ସଜେଇ ହେବ ରାମଙ୍କ ନଗରୀ ଅଯୋଧ୍ୟା । ଚଳିତ ବର୍ଷ ଦିପାବଳୀରେ ଷଷ୍ଠଥର ପାଇଁ ରାମ ନଗରୀରେ ଦୀପୋତ୍ସବ ମହା ସମାରୋହରେ ପାଳିତ ହେବାକୁ ଯାଉଛି । ଅକ୍ଟୋବର ୨୩ ତାରିଖରେ ଏହି ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଚଳିତ ବର୍ଷ ଦୀପୋତ୍ସବରେ ଅଯୋଧ୍ୟାରେ ୧୫ ଲକ୍ଷରୁ ଅଧିକ ଦୀପ ଜଳାଇ ବିଶ୍ୱ ରେକର୍ଡ କରିବାକୁ ଯୋଜନା କରାଯାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ୧୭.୫୦ ଲକ୍ଷ ଦିପ କିଣାଯାଇଛି । ଏହି ଦୀପକୁ ଜଳାଇବା ପାଇଁ ସରକାର ୩ହଜାର ୫୦୦ ଲିଟର ସୋରିଶ ତେଲ କିଣିଛନ୍ତି । ଏଠାରେ ଚଳିତ ବର୍ଷ ଏଭଳି ବ୍ୟବସ୍ଥା କରାଯାଇଛି କି ଏକା ସାଂଗରେ ୧୭.୫୦ ଲକ୍ଷ ଦୀପ ଜଳିବ । ଏଥିପାଇଁ ପାଖାପାଖି ୨୨ ହଜାର ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ଦୀପୋତ୍ସବର ନୋଡାଲ ଅଧିକାରୀ ଅଜୟ ପ୍ରତାପ ସିଂ କହିଛନ୍ତି କି ପୂର୍ବରୁ ୩୨ ଟି ଘାଟରେ ଦୀପ ଜଳା ଯାଉଥିବା ବେଳେ ଚଳିତ ବର୍ଷ ୪୦ ଟି ଘାଟରେ ଦୀପ ଜଳାଯିବ । ଏହା ସହ ଦିପାବଳୀରେ ଅଯୋଦ୍ଧାର ପ୍ରତ୍ୟେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ଲୋକକଳା, ସ୍ଥାନୀୟ କଳା ଓ ସଂସ୍କୃତି ଆଧାରିତ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ ।
More Stories
ଚିକେନ୍ ନୁହେଁ ସ୍ତ୍ରୀର ମାଂସକୁ ସିଝାଇଲେ କୁକୁରରେ
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା