ବିଶ୍ବ ଆତଙ୍କବାଦୀ ତାଲିକାରେ ଅବଦୁଲ ରେହମାନ ମକ୍କି । ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିକୁ ବିଶ୍ବ ଆତଙ୍କବାଦୀ ତାଲିକାରେ ସାମିଲ କରିଛି ଜାତିସଂଘ । ଗତବର୍ଷ ଲସ୍କର-ଏ-ତଏବାର ନେତାଙ୍କୁ ବିଶ୍ବ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ଭାରତ ଜାତିସଂଘରେ ଦାବି ଉପସ୍ଥାପନ କରିଥିଲା । ଗତବର୍ଷ ଜୁନରେ ମକ୍କିକୁ ଆତଙ୍କବାଦୀ ତାଲିକାରେ ସାମିଲ କରିବା ସହ ବ୍ୟାନ ଲଗାଇବା ପାଇଁ ଭାରତ ଦାବି ଉଠାଇଥିଲା । ମାତ୍ର ଚୀନ ଏହି ପ୍ରସ୍ତାବ ଉପରେ ରୋକ ଲଗାଇଥିଲା । ୧୬ ଜାନୁଆରୀ ୨୦୨୩ରେ ଜାତିସଂଘ ସୁରକ୍ଷା ପରିଷଦ ସମିତି ISIL, ଅଲ କାଏଦା ସହ ସମ୍ବଦ୍ଧିତ ବ୍ୟକ୍ତି, ଗ୍ରୁପ ଓ ସଂସ୍ଥାକୁ ବ୍ୟାନ କରିଛି । ଭାରତ ଓ ଆମେରିକାରେ ପୂର୍ବରୁ ହିଁ ମକ୍କିକୁ ଆତଙ୍କବାଦୀ ଘୋଷଣା କରାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ