ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲା

୨୦୦୨ ଗୁଜରାଟ ଦଙ୍ଗା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ବିଲ୍‌କିସ ବାନୋଙ୍କ ମାମଲା ଆସନ୍ତା ୨୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗଣଦୁଷ୍କର୍ମ ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କ ଦଣ୍ଡକୁ କ୍ଷମା କରିଦିଆଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଦାଏର ହୋଇଥିଲା । ଆସନ୍ତା ୨୭ ତାରିଖରେ ୨୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏଥିପାଇଁ ଜଷ୍ଟିସ କେ.ଏମ୍‌. ଜୋସେଫ୍‌ ଏବଂ ବି.ଭି. ନାଗରତ୍ନାଙ୍କୁ ନେଇ ନୂଆ ଖଣ୍ଡପୀଠ ଗଠନ କରାଯାଇଛି । ୧୧ ଜଣଙ୍କୁ କ୍ଷମା ନିଷ୍ପତ୍ତି ବିରୋଧରେ ବିଭିନ୍ନ ଦଳ ଓ ନାଗରିକ ଅଧିକାର କର୍ମୀ ପିଟିଶନ ଦାଏର କରିଥିବାବେଳେ ବିଲ୍‌କିସ୍‌ଙ୍କ ପକ୍ଷରୁ ରିଟ୍‌ ପିଟିଶନ ଦାଏର ହୋଇଥିଲା। ଏହାର ଜରୁରୀ ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠନ କରିବାକୁ ଗତ ୨୨ ତାରିଖରେ ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼ ରାଜି ହୋଇଥିଲେ।

SHARE BY