The Topmost

“The eyes believe themselves, the ears believe other people.”

ବିଲକିସ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ଛାଡ ମାମଲା, କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍

ବହୁଚର୍ଚ୍ଚିତ ବିଲକିସ ବାନୋ ଦୁଷ୍କର୍ମକାରୀଙ୍କୁ ଛାଡ ମାମଲା । ଆଜି ସର୍ବୋଚ୍ଚ ନ୍ୟାୟଳୟରେ ଏନେଇ ଶୁଣାଣି ହୋଇଛି । ଶୁଣାଣି ପରେ କୋର୍ଟ ଉଭୟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ ବୋଲି କୋର୍ଟ କହିଛନ୍ତି । ସୂଚନା ଅନୁସାରେ ବିଲକିସଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଅପରାଧରେ କୋର୍ଟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । ଏହାର କିଛିବର୍ଷ ପରେ ଗୁଜରାଟ ସରକାର ସମ୍ବିଧାନ ପ୍ରଦତ୍ତ ଅଧିକାର ବଳରେ ଏହି ଦୋଷୀମାନଙ୍କୁ ଛାଡ କରିଛନ୍ତି । ଗୁଜରାଟ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ସାରା ଦେଶ ସାମଲୋଚନା କରୁଛି । କେବଳ ବିରୋଧୀ ନୁହଁନ୍ତି ବରଂ କିଛି ବିଜେପି ନେତା ବି ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ବରୋଧରେ ସ୍ୱର ଉଠାଇଛନ୍ତି ।