ଓଡ଼ିଶା ପାଇଁ ଗର୍ବର ଓ ଗୌରବର ମୁହୂର୍ତ୍ତ । ଭାରତର କ୍ରୀଡା ଇତିହାସରେ ବିର୍ସାମୁଣ୍ଡା ଲେଖିଲା ସ୍ବର୍ଣ୍ଣିମ ଅଧ୍ୟାୟ । ବିଶ୍ବର ସବୁଠାରୁ ଅଧିକ ସିଟ ଥିବା ବଡ଼ ହକି ଷ୍ଟାଡିୟମ୍ ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଡଲ ରେକର୍ଡସରେ ସ୍ଥାନ ପାଇଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ । ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମର ଅଫିସିଆଲ୍ ମାନ୍ୟତା ପାଇଛି । ଏହି ଖୁସି ଖବରକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି ଫାଇଭ ଟି ସଚିବ । ଏହାସହ ଏହି ସମୟର ବିରଳ ମୁହୂର୍ତ୍ତକୁ ସୋସିଆଲ ମିଡିଆରେ ସେ ସେୟାର କରିଛନ୍ତି । ଖବର ଶୁଣି ବେଶ୍ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସମସ୍ତଙ୍କର ପ୍ରୟାସ, ସହଭାଗୀତା ଓ ଏକ ହୋଇ କାମ କରିବା ଫଳରେ ଓଡିଶାକୁ ସଫଳତା ମିଳିଛି । ମାତ୍ର 15 ମାସରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କରିବା ଏକ ମିରାକିଲ୍ । ମାତ୍ର ଓଡ଼ିଶାର ନିଷ୍ଠାପର ଉଦ୍ୟମ ଏହାକୁ ବାସ୍ତବ ରୂପ ଦେଇଛି ।’
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍