ବିଧାନସଭା ଗୃହରେ ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ । ଆଜି ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ସାଂସଦ ଅଧୀରରଞ୍ଜନ ଚୌଧୁରୀ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି । କଂଗ୍ରେସ ସାଂସଦ ଅଧୀରରଞ୍ଜନ ଚୌଧୁରୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ । ଯାହାକୁ ନେଇ ବିଜେପି ସଦସ୍ୟମାନେ ବିରୋଧ କରିଥିଲେ । ସେମାନେ ହାତରେ ପ୍ଲାକାର୍ଡ ଧରି ଗୃହରେ ହଙ୍ଗାମା କରିଥିଲେ । ଏହାଫଳରେ ପ୍ରଶ୍ନକାଳ ଚାଲି ପାରିଲାନି । ଫଳରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଅପରାହ୍ଣ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା