ଫ୍ରାନ୍ସରେ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଅଟକ । ଫ୍ରାନ୍ସରୁ ନିକାରାଗୁଆ ଅଭିମୁଖେ ଯାଉଥିଲା ଏହି ବିମାନ । ବିମାନରେ ୩୦୩ ଯାତ୍ରୀ ଅଛନ୍ତି । ମାନବ ଚାଲାଣ ଅଭିଯୋଗ ସନ୍ଦେହ କରି ବିମାନକୁ ଅଟକାଇଛନ୍ତି ଫ୍ରାନ୍ସ କର୍ତ୍ତୃପକ୍ଷ । ବିମାନରେ ଥିବା ୨ ବ୍ୟକ୍ତିଙ୍କୁ ଅଟକ ରଖି ଫ୍ରାନ୍ସ ପୋଲିସ ପଚରାଉଚରା କରୁଛି । ମାମଲାର ନ୍ୟାୟିକ ତଦନ୍ତ ଚାଲିଥିବା ଫ୍ରାନ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛି । ରୋମାନିଆର ବିମାନ ଏୟାରବସ୍ ଏ-୩୪୦ ୟୁଏଇରୁ ଭାରତୀୟ ଯାତ୍ରୀଙ୍କୁ ନେଇ ନିକାରାଗୁଆ ଅଭିମୁଖେ ଉଡାଣ ଭରିଥିଲା । ତେବେ ବିମାନରେ କିଛି ବୈଷୟିକ ତ୍ରୁଟି ଦେଖାଦେବା ପରେ ଫ୍ରାନ୍ସର ଭାଟ୍ରି ଏୟାରପୋର୍ଟରେ ବିମାନ ଅବତରଣ କରିଥିଲା । ବିମାନ ଓହ୍ଲାଇବା ପରେ ଫ୍ରାନ୍ସ କର୍ତ୍ତୃପକ୍ଷ ବିମାନ ଭିତରେ ଯାଞ୍ଚ କରିବାବେଳେ ମାନବ ଚାଲାଣ ସନ୍ଦେହ କରିଥିଲେ । ଏହାପରେ ଲୋକଙ୍କୁ ଚାଲାଣ କରାଯାଉଥିବା ସନ୍ଦେହରେ ୨ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଫ୍ରାନ୍ସ ପୋଲିସ । ତେବେ ବିମାନରେ ଥିବା ଭାରତୀୟଙ୍କ ସହାୟତା ଲାଗି ଫ୍ରାନ୍ସରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀ ପହଞ୍ଚିଛନ୍ତି । ବିମାନରେ ଥିବା ଯାତ୍ରୀ ନିକାରାଗୁଆରୁ ବେଆଇନ ଭାବେ ଆମେରିକା ଏବଂ କାନାଡାକୁ ପ୍ରବେଶ କରିବାକୁ ସନ୍ଦେହ କରୁଛି ଫ୍ରାନ୍ସ । ସେପେଟ ତଦନ୍ତ ଚାଲିଥିବାରୁ ସମସ୍ତ ଯାତ୍ରୀଙ୍କୁ ବିମାନବନ୍ଦରରେ ରହିବାକୁ ବ୍ୟବସ୍ଥା କରାଯାଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ