ଏୟାର ଇଣ୍ଡିଆ ଦ୍ବାରା ଚଳାଚଳ କରାଯାଉଥିବା ବୋଇଂ ୭୮୭ ଡ୍ରିମଲାଇନର୍ ବିମାନରେ ସୁରକ୍ଷାଜନିତ ସେଭଳି କିଛି ସମସ୍ୟା ଡିଜିସିଏ ପାଇନାହିଁ। ବିମାନର ରକ୍ଷଣାବେକ୍ଷଣ ବର୍ତ୍ତମାନ ସୁରକ୍ଷା ମାନଦଣ୍ଡକୁ ପୂରଣ କରୁଛି ବୋଲି ଅନୁଧ୍ୟାନ ପରେ ଡିଜିସିଏ କହିଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ ପରେ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଏହି ସୂଚନା ଦେଇଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଘରୋଇ ଏବଂ ଅନ୍ତର୍ଜାତୀୟ ମାର୍ଗରେ ଦିନକୁ ୧୦୦୦ରୁ ଅଧିକ ବିମାନ ଉଡ଼ାଣ କରୁଛନ୍ତି।
ଜୁନ ୧୨ ଦୁର୍ଘଟଣା ପରେ ବିମାନଗୁଡ଼ିକର ପରିଚାଳନା ବ୍ୟବସ୍ଥା କେତେ ସୁଦୃଢ଼ ରହିଛି ଏବଂ କମ୍ପାନି ସୁରକ୍ଷା ଓ ଯାତ୍ରୀ ସେବା ନିୟମକୁ ଠିକ୍ ଭାବେ ପାଳନ କରୁଛି ନା ନାହିଁ ସେ ସଂପର୍କରେ ଡିଜିସିଏ ଏହି ଦୁଇ କମ୍ପାନିର ଅଧିକାରୀମାନଙ୍କ ସହ ବୈଠକରେ ଆଲୋଚନା କରିଛି। ୭ଟି ପ୍ରମୁଖ ପ୍ରସଙ୍ଗରେ ଡିଜିସିଏ ଦୁଇ ଏୟାରଲାଇନ୍ସର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରକ୍ଷଣାବେକ୍ଷଣଜନିତ ବିଳମ୍ବ, ଏୟାରସ୍ପେସ କଟକଣା ଏବଂ ପରିଚାଳନା ସମନ୍ବୟ। ଟାଟା ମାଲିକାନାରେ ପରିଚାଳିତ ହେଉଥିବା ଏୟାରଲାଇନ୍ସକୁ ଡିଜିସିଏ କେତେକ ନିର୍ଦ୍ଦେଶ ଦେଇଛି। ସେଗୁଡ଼ିକ ମଧ୍ୟରେ ବିମାନର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣରେ ଉନ୍ନତି ଆଣିବା ଏବଂ ଠିକ ସମୟରେ ବିମାନ ଉଡ଼ାଣକୁ ନିଶ୍ଚିତ କରିବା ଆଦି ଅନ୍ୟତମ। ବିମାନ ବିଳମ୍ବ ସମୟରେ ଯାତ୍ରୀମାନେ ବାରମ୍ବାର ସମ୍ମୁଖୀନ ହେଉଥିବା ଅସୁବିଧା ସଂପର୍କରେ ଆଲୋଚନା ହୋଇଥିଲା। ଏଭଳି ସ୍ଥିତିର ଉତ୍ତମ ପରିଚାଳନା ପାଇଁ ଡିଜିସିଏ କହିଛି। ୨୦୨୨ରେ ସରକାରଙ୍କଠାରୁ ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ କିଣିବା ପରେ ତାହାର ପୁନରୁଦ୍ଧାର ଲାଗି ଟାଟା ଗ୍ରୁପ୍ କରୁଥିବା ଉଦ୍ୟମ ପ୍ରତି ଏହି ଦୁର୍ଘଟଣା ଏକ ଶକ୍ତ ଧକ୍କା ହୋଇଛି।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର