ମୁମ୍ବାଇ: ଫେବୃଆରୀ ୧୯: ବଲିଉଡରେ ଚାଲିଛି ବିବାହ ସିଜିନ । ଏହି ସିଜିନରେ ଜଣଙ୍କ ପରେ ଜଣେ ସେଲିବ୍ରିଟି ବିବାହ ମଧ୍ୟ କରୁଛନ୍ତି । ଏହି କ୍ରମରେ ବିକ୍ରାନ୍ତ ତାଙ୍କ ଗର୍ଲଫ୍ରେଣ୍ଡ ଶୀତଲଙ୍କ ସହ ରେଜିଷ୍ଟାର ମ୍ୟାରେଜ ପରେ ପାରମ୍ପରିକ ରୀତିନୀତିରେ ଗତକାଲି ବିବାହ କରିଛନ୍ତି। ୬ବର୍ଷ ଧରି ଡେଟିଂ ପରେ ସେମାନେ ୨୦୧୯ରେ ନିର୍ବନ୍ଧ କରିଥିଲେ। ଖବର ଅନୁଯାୟୀ, ବିକ୍ରାନ୍ତ ଏବଂ ଶୀତଲଙ୍କ ଫେବୃଆରୀ ୧୪ରେ କୋର୍ଟ ମ୍ୟାରେଜ୍ ହୋଇଥିଲା। ତେବେ ଗତକାଲି ସକାଳେ ବିକ୍ରାନ୍ତ ଏବଂ ଶୀତଲଙ୍କ ହଳଦୀ ଉତ୍ସବର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..