ଝାଡଖଣ୍ଡ ବିଧାନସଭାରେ ଚାଲିଛି ଆସ୍ଥା ଭୋଟ୍ ପରୀକ୍ଷା । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ନିଜର ଅଭିଭାଷଣ ରଖିଛନ୍ତି । ତାଙ୍କ ସରକାରକୁ ଅସ୍ଥିର କରିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି । ଏପରି କହି ରାଜ୍ୟରେ ବିରୋଧୀ ବିଜେପିକୁ ଟାର୍ଗଟ କରିଛନ୍ତି ଚମ୍ପାଇ ସୋରେନ୍ । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଡି ଦ୍ୱାରା ଗିରଫ ହୋଇଥିବା ହେମନ୍ତ ସୋରେନଙ୍କ ସମର୍ଥନରେ ଚମ୍ପାଇ କହିଛନ୍ତି, ହେମନ୍ତ ଅଛନ୍ତି ମାନେ ସାହାସ ଅଛି । ଜାନୁଆରୀ ୩୧ ଦେଶ ପାଇଁ କଳା ଅଧ୍ୟାୟ । ଦେଶରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି ବୋଲି ଚମ୍ପାଇ କହିଛନ୍ତି । ଚମ୍ପାଇ ସୋରେନଙ୍କ ସହ ବିଧାନସଭାରେ ହେମନ୍ତ ସୋରେନ ଏବଂ ଦଳର ଅନ୍ୟ ବିଧାୟକ ଏବଂ କଂଗ୍ରେସ ବିଧାୟକ ଉପସ୍ଥିତ ଅଛନ୍ତି । ଇଡି ଟିମ୍ ହେମନ୍ତଙ୍କୁ ନେଇ ବିଧାନସଭାରେ ପହଞ୍ଚିଛି । ବିଧାନସଭାରେ ୮୧ ସଦସ୍ୟ ରହିଛନ୍ତି । ବହୁମତ ପାଇଁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଜେଏମଏମ-ଆରଜେଡି ଏବଂ କଂଗ୍ରେସ ପାଖରେ ୪୭ ବିଧାୟକ ରହିଛନ୍ତି । ଏଥିମଧ୍ୟରୁ ୨୯ ବିଧାୟକ ଜେଏମଏମର, ୧୭ ଜଣ କଂଗ୍ରେସର ଏବଂ ଆରଜେଡିର ଜଣେ ବିଧାୟକ ରହିଛନ୍ତି । ବିରୋଧୀ ବିଜେପି ପାଖର ୨୫ ବିଧାୟକ ରହିଥିବା ବେଳେ ଏଜେଏସୟୁ ପାଖରେ ୩ ଏବଂ ଅନ୍ୟାନ୍ୟ ବିଧାୟକ ରହିଛନ୍ତି । ତେଣୁ ଜଏମଏମ ବିଧାନସଭାରେ ବହୁମତ ହାସଲ କରିବା ଏକ ପ୍ରକାର ସ୍ପଷ୍ଟ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ