ବିଜେପିର ଚାଣକ୍ୟ ଅମିତ ଶାହ । ସେ ରାଜନୀତିର ଏମିତି ଜଣେ ସେନାପତି, ଯିଏ ବିଜେପିକୁ ପ୍ରଚଣ୍ଡ ବହୁମତରେ ନିର୍ବାଚନ ଜିତାଇଥିଲେ । ସାରା ଦେଶରେ ଯେତେବେଳେ ବିଜେପି ପଦ୍ମ ଫୁଟାଇବାକୁ ସଂଘର୍ଷ କରୁଥିଲା, ସେତେବେଳେ ଶାହା ହିଁ ସାରା ଦେଶର ରାଜନୀତିରେ ପଦ୍ମ ଫୁଲ ଫୁଟାଇଥିଲେ । ଶାହା ରାଜନୀତିର ଏମିତି ଜଣେ ନେତା, ଯିଏ କେବେ ହାରିବା ପସନ୍ଦ କରନ୍ତିନି । ଆଉ ରାଜନୀତି ମଇଦାନକୁ ଥରେ ଓହ୍ଲାଇଲେ ଆଉ ପଛକୁ ଦେଖନ୍ତିନି । ଖାସ୍ ସେଇଥିପାଇଁ, ତାଙ୍କୁ ବିଜେପିର ବିଗବସ୍ କୁହାଯିବା ସହ ଚାଣକ୍ୟ ବୋଲି କୁହାଯାଏ । ରାଜନୀତିର ଏହି ଚତୁର ଚାଣକ୍ୟଙ୍କୁ ଆଜି ପୂରିଛି ଠିକ୍ ୫୮ ବର୍ଷ । ଆଜିର ଦିନରେ ହିଁ ଜନ୍ମ ନେଇଥିଲେ ଅମିତ ଶାହା । ଦୀର୍ଘ ବର୍ଷର ରାଜନୈତିକ କ୍ୟାରିୟରରେ ଶାହାଙ୍କ ପଛରେ ଅନେକ ବିବାଦ ରହିଛି, ଅନେକ ବିବାଦରେ ସେ ଛନ୍ଦି ହେଇଛନ୍ତି । ହେଲେ ଏସବୁ ଭିତରେ କେବେ ରାଜନୀତିରେ ରଣନୀତି ପ୍ରସ୍ତୁତ କରିବା ହେଉ, ଅବା ନିର୍ବାଚନ ମ୍ୟାନେଜମେଣ୍ଟ ସବୁବେଳେ ବିଜୟ ବାଜିଗର ହେଇପାରିଛନ୍ତି ଅମିତ ଶାହା । ତେବେ ତାଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ସହ ଶୁଭକାମନା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ