ମୁମ୍ବାଇ: ମାର୍ଚ୍ଚ ୦୪: ଫିଲ୍ମରେ ଆମେ ବିଭିନ୍ନ ପ୍ରକାରର ଲୋକ ଓ ହିରୋଙ୍କ ଦେଖିବାକୁ ପାଉ । ବିଭିନ୍ନ ହିରୋଙ୍କର ଭିନ୍ନ ଭିନ୍ନ ଅଭିନୟ ମଧ୍ୟ ରହିଥାଏ। ହେଲେ ସମସ୍ତଙ୍କଠୁ କୁଲ୍ ହିରୋ ଭାବରେ ପ୍ରସଶଂକଙ୍କର ମନ ଜିଣୁଛନ୍ତି ଜୟେଶଭାଇ, ଆଉ ତାଙ୍କ କାମ ହେଉଛି ଜୋରଦାର।ଏଭଳି କିଛି ନିଆରା ଢ଼ଙ୍ଗରେ ନିଜ ଆଗାମୀ ଫିଲ୍ମର ଇଣ୍ଟରଡ୍ରକ୍ସନ କରାଇଛନ୍ତି ବଲିଉଡର ଅଭିନେତା ରଣବୀର ସିଂ। ବହୁପ୍ରତିକ୍ଷିତ ଫିଲ୍ମ ଜୟେଶଭାଇ ଜେରଦାରର ରିଲିଜ ତାରିଖ ଘୋଷଣା ମଧ୍ୟ କରିଛନ୍ତି। ତେବେ ପ୍ରତ୍ୟେକ ଦିନ ନିଜର ଭିନ୍ନ ଷ୍ଟାଇଲ ଓ ପୋଷାକ ପାଇଁ ଚର୍ଚ୍ଚାରେ ରହି ଆସୁଥିବା ରଣବୀର ଏବେ ଫିଲ୍ମରେ ମଧ୍ୟ ବିଚିତ୍ର ରୂପ ଓ ଷ୍ଟାଇଲରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ଜଣେ ଗୁଜୁରାଟୀ ବ୍ୟକ୍ତି ଚରିତ୍ରରେ ନଜର ଆସିବେ। ତାଙ୍କ ବିପକ୍ଷରେ ଆସିବେ ଅଭିନେତ୍ରୀ ଶାଲିନୀ ପାଣ୍ଡେ। ତେବେ ଫିଲ୍ମରେ ରଣବୀରଙ୍କ ବ୍ୟତୀତ ଅନ୍ୟ ଭୂମିକାରେ ରତ୍ନା ପାଠକ ଓ ବୋମନ ଇରାନୀ ନଜର ଆସିବେ। ଦିବ୍ୟାଙ୍ଗ ଠକ୍କରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ମେ ୧୩ ତାରିଖରେ ଦେଖିବାକୁ ମିଳିବ ।
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..