ଦେଶର ସର୍ବ ପୁରାତନ ଓ ସବୁଠୁ ବଡ ଫାର୍ମା କମ୍ପାନୀ ସିପ୍ଲା । ଯାହା ଏବେ ବିକ୍ରି ହେବାକୁ ଯାଉଛି । ତେବେ ଏହାକୁ କିଣିବା ରେସରେ ବିଦେଶୀ କମ୍ପାନୀ ରହିଥିବା ଜଣାପଡିଛି । ଭାରତ ସ୍ୱାଧୀନ ହେବା ପୂର୍ବରୁ ୧୯୩୫ ମସିହାରେ ଭାରତୀୟଙ୍କୁ ସୁଲଭ ମୂଲ୍ୟରେ ଜୀବନରକ୍ଷାକାରୀ ଔଷଧ ବିତରଣ କରିବା ଉଦ୍ଦେଶ୍ୟରେ ସିପ୍ଲା କମ୍ପାନୀ ପ୍ରତିଷ୍ଠା କରିଥିଲେ ଖ୍ୱାଜା ଅବଦୁଲ ହମିଦ । ସେ ସମୟରେ ଜର୍ମାନୀରେ କେମିଷ୍ଟ ଚାକିରି ଛାଡି ଭାରତ ଆସି ଦେଶବାସୀଙ୍କ ସେବା ଉଦ୍ଦେଶ୍ୟରେ ଏହି କମ୍ପାନୀ ପ୍ରତିଷ୍ଠା କରିଥିଲେ ହମିଦ । ଖୁବ୍ ଲାଭ କରି ବିଦେଶୀ ଫାର୍ମା କମ୍ପାନୀଗୁଡିକୁ ମଧ୍ୟ ପଛରେ ପକାଇଥିଲା ସିପ୍ଲା କମ୍ପାନୀ । ହେଲେ ଏବେ କମ୍ପାନୀ ବିକ୍ରି ହେବାକୁ ଯାଉଥିବା ଜଣାପଡିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍