ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ବିକାଶର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ । ପିଲାବେଳୁ ମାଆ ଓ ମାଟି ପାଇଁ କାମ କରିବାର ଆଗ୍ରହ ତାଙ୍କୁ ରାଷ୍ଟ୍ରନେତା ବା ଷ୍ଟେଟ୍ସମ୍ୟାନ ଆଖ୍ୟା ଦେଇଛି । କଟକ ଆନନ୍ଦ ଭବନରୁ ଇଣ୍ଡୋନେସିଆ ଯାଏଁ ଏହି ଟଲ୍ ମ୍ୟାନ ଛାଡ଼ିଯାଇଛନ୍ତି ନିଜ ସାହାସିକତା, ବୁଦ୍ଧିମତା ଓ ଜନନେତାର ଅଲିଭା ପଦଚିହ୍ନ । ବିଜୁଙ୍କ ସ୍ୱପ୍ନର ଓଡ଼ିଶା ଗଠନ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ନବୀନ ଓଡ଼ିଶା ଗଠନର ପଡ଼ିବ ମୂଳଦୁଆ । ଏକ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଢ଼ିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାକୁ ଆଜି ସଂକଳ୍ପ ନେବେ ବିଜେଡି ନେତା ଓ କର୍ମୀ । ୧୪୭ ନିର୍ବାଚନୀ ମଣ୍ଡଳୀରେ ଏହି ସଂକଳ୍ପ ସମାବେଶ କରାଯାଇ ଦଳୀୟ ବିଜେଡି ନେତା ଓ କର୍ମୀ ଶପଥ ନେବେ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ