କରୋନା ସଂକ୍ରମଣ ବଢୁଥିବାରୁ କଟକଣା ବଢାଇଲା ବିଏମସି । ଟିଫିନ୍ ଦୋକାନ, ଚା’ ଦୋକାନ, ଗୁପଚୁପ୍, ଦହିବରା ଓ ଜୁସ୍ ଷ୍ଟଲରେ ଭିଡ଼ ନଜମାଇବାକୁ ତାଗିଦ୍ କରାଯାଇଛି । ଅଧିକ ଗହଳି ହେଲେ ପୂର୍ବ ପରି ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ଅଫିସରେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ସପିଂ ମଲ, ସିନେମା ହଲ୍, ଅଡିଟୋରିୟମରେ କୋଭିଡ୍ ନିୟମ ଠିକ୍ ଭାବେ ପାଳନ ହେଉଛି ନାହିଁ, ତାର ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତି କରାଯିବ ବୋଲି ବିଏମସି ସୂଚନା ନେଇଛି । ସେପଟେ ସଂକ୍ରମଣ ବଢ଼ୁଥିବାର ଦେଖି ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ବର୍ତମାନ ଯେଉଁ ଲକ୍ଷଣ ଦେଖାଦେଉଛି, ତାହା ସେତେଟା ଗୁରୁତର ନୁହେଁ । ତେବେ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା