The Topmost

“The eyes believe themselves, the ears believe other people.”

ବିଆରଏସକୁ ବଡ଼ ଝଟକା

ବିଆରଏସକୁ ବଡ଼ ଝଟକା ଦେଇଛି କଂଗ୍ରେସ । ବିଆରଏସର ଅନେକ ପୂର୍ବତନ ମନ୍ତ୍ରୀ, ସାଂସଦ ଓ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି । ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲ୍ଲୀ କୃଷ୍ଣା ରାଓଙ୍କ ସମେତ ୧୦ ନେତା ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ନେତାମାନେ ଦଳରେ ସାମିଲ ହୋଇଛନ୍ତି । ଏହି ଅସବରରେ କଂଗ୍ରେସର ସଂଗଠନ ମହାସଚିବ କେସି ଭେନୁଗୋପାଳ, ଦଳର ତେଲେଙ୍ଗାନା ପ୍ରଭାରୀ ମାଣିକରାଓ ଟାକରେ ଏବଂ ପ୍ରଦେଶ କଂଗ୍ରେସ ଦଳର ଅଧ୍ୟକ୍ଷ ରେୱନ୍ତ ରେଡ୍ଡୀ ଉପସ୍ଥିତ ଥିଲେ । ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧି ଏହା ବ୍ୟତୀତ ଏଆଇସିସି କାର୍ଯ୍ୟାଳୟରେ ତେଲେଙ୍ଗେନା କଂଗ୍ରେସ ନେତାମାନଙ୍କୁ ମଧ୍ୟ ଭେଟିଥିଲେ ।