The Topmost

“The eyes believe themselves, the ears believe other people.”

ବାହାନଗା ଟ୍ରେନ୍ ଟ୍ରାଜେଡି: ଆମେରିକାରୁ ବର୍ଷିଲେ ରାହୁଲ

କେନ୍ଦ୍ରର ବିଫଳତାକୁ ନେଇ ଆମେରିକାରୁ ବର୍ଷିଲେ ରାହୁଲ । ବିଫଳତା ଲୁଚାଇବାକୁ ବାହାନା ଖୋଜୁଛି ବିଜେପି । ଭବିଷ୍ୟତ କଥା କହି ସବୁବେଳେ ଅତିତକୁ ଦୋଷ ଦେଇ କେନ୍ଦ୍ରର ବିଜେପି ସରକାର ଖସିଯିବାକୁ ଚେଷ୍ଟା କରନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଜାଭିସଟ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ । ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ କେନ୍ଦ୍ର ସରକାରଙ୍କ ଅବହେଳାରୁ ଘଟିଥିବା ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା କହିଥିଲେ । କଂଗ୍ରେସ ସରକାର ଅମଳରେ ହୋଇଥିବା ଟ୍ରେନ ଦୁର୍ଘଟଣା ପରେ ରେଳ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ହେଲେ ଏବେର ସରକାର ବାସ୍ତବିକତାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ।  ବିଜେପି ଓ ଆରଏସଏସ୍ ଭବିଷ୍ୟତ ଦେଖିବାରେ ଅକ୍ଷମ । ପ୍ରଧାନମନ୍ତ୍ରୀ ପଛ ମିରର ଦେଖି କାର ଚଳାଇବାକୁ ଚେଷ୍ଟା ଚଳାଇଛନ୍ତି । ଭାରତରେ ଏବେ ଦୁଇଟି ବିଚାରଧାରାକୁ ନେଇ ସଂଘର୍ଷ ଜାରି ରହିଛି । ଗୋଟେ ପଟେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଓ ଅନ୍ୟପଟେ ନାଥୁରାମ ଗଡସେ ବିଚାର ଧାରାକୁ ନେଇ ଲଢ଼େଇ ଚାଲିଛି ବୋଲି ରାହୁଲ କହିଛନ୍ତି । ଅନ୍ୟପଟେ ଟ୍ରେନ ଦୁର୍ଘଟଣାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିବା ସହ ସରକାରଙ୍କ ବିଫଳତା ଓ ମିଛ ପ୍ରତିଶ୍ରୁତିକୁ ସମାଲୋଚନା କରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ସାଂସଦ ସଞ୍ଜୟ ରାଉତ । ଟ୍ରେନ ଦୁର୍ଘଟଣା ରୋକିବାକୁ ସରକାର ଅତ୍ୟାଧୁନିକ କବଚ ଟେକ୍ନୋଲୋଜି ବ୍ୟବହାର ନେଇ ଡିଣ୍ଡିମ ପିଟୁଥିବା ବେଳେ ବାହାନଗା ରୁଟରେ ଅତି ଭୟାବହ ଦୁର୍ଘଟଣା ଘଟି ୨୭୫ ଲୋକଙ୍କ ମୃତ୍ୟୁ ହୋଇଛି ।