ବାରବାଟୀ ଷ୍ଟାଡିୟମର ଅଧା ମାଲିକାନା ଯିବ ଓସିଏ ହାତକୁ । ପୂର୍ବରୁ ଓଡ଼ିଶା ଅଲିମ୍ପିକ ସ˚ଘ ରାଜ୍ୟ ସରକାରଙ୍କଠୁ ଜମି ଲିଜ୍ରେ ନେଇ ଏହାର ମାଲିକାନା ଜାହିର କରି ଆସୁଥିଲେ ହେଁ ଷ୍ଟାଡିୟମର ରକ୍ଷଣାବେକ୍ଷଣ ଦିଗରେ ଓଡ଼ିଶା କ୍ରିକେଟ ସ˚ଘ ବା ଓସିଏ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସିଛି । ତେଣୁ ଆଗକୁ ଷ୍ଟାଡିୟମର ମାଲିକାନା ଓଡ଼ିଶା ଅଲମ୍ପିକ ସ˚ଘ ଓ ଓଡ଼ିଶା କ୍ରିକେଟ ସ˚ଘ ମଧ୍ୟରେ ଭାଗ ଭାଗ କରିବାକୁ ଯୋଜନା ଚାଲିଛି । ଏ ଦିଗରେ ପ୍ରାଥମିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଅଲିମ୍ପିକ ସ˚ଘ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଜମି ଲିଜ୍ ଉପରେ ସ˚ଘର କାଉନସିଲ ବୈଠକରେ ଆଲୋଚନା ହୋଇଛି । ହେଲେ କୌଣସି ବାଟ ବାହାରି ପାରିନଥିବାରୁ ବାର୍ଷିକ ସାଧାରଣ ପରିଷଦ ବୈଠକରେ ସବିଶେଷ ଆଲୋଚନା ପାଇଁ ସ୍ଥିର ହୋଇଛି । ଅକ୍ଟୋବର ୧୬ ତାରିଖରେ ଏଜିଏମ୍ ପାଇଁ ଦିନ ଧାର୍ଯ୍ୟ ହୋଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍