ବାବୁ ଓ ମନ୍ତ୍ରୀ ଚଢ଼ିବେ ହାଇବ୍ରିଡ୍ ଗାଡ଼ି । ଏ ନେଇ ପରିବହନ କମିସନରଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ । ମନ୍ତ୍ରୀ, ସଚିବ ଓ ଅନ୍ୟ ବଡ଼ ଅଧିକାରୀମାନଙ୍କୁ ହାଇବ୍ରିଡ୍ ଗାଡ଼ି ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏ ନେଇ ଅର୍ଥ ବିଭାଗର ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଟେକ୍ନିକାଲ୍ କମିଟି ନିକଟରେ ଏହି ପ୍ରସ୍ତାବ ରଖିବା ସହ ବଜାରରେ କେଉଁ କେଉଁ ହାଇବ୍ରିଡ୍ ଗାଡ଼ି ଉପଲବ୍ଧ ହେଉଛି ଏ ନେଇ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି । ରାଜ୍ୟ ସରକାର ହାଇବ୍ରିଡ୍ ଗାଡ଼ି କିଣିବାକୁ ଅନୁମତି ଦେବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ମନ୍ତ୍ରୀମାନଙ୍କୁ ଯେଉଁ ଗାଡ଼ି ଦିଆଯିବ, ତା’ର ସର୍ବୋଚ୍ଚ ମୂଲ୍ୟ ୨୫ ଲକ୍ଷ ଟଙ୍କା ରହିଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା