ବାବା ଧବଳେଶ୍ବରଙ୍କ ପୀଠରେ ଚାଲିଛି ପଞ୍ଚୁକ ବ୍ରତ । ବାବାଙ୍କ ପାଖରେ ଲାଗି ହୋଇଛି ପ୍ରସିଦ୍ଧ ଗଜ ଭୋଗ । ରାତି ଗୋଟାଏରୁ ନୀତିକାନ୍ତି ଆରମ୍ଭ ହୋଇ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ୧୦୮ ସୁବାସିତ ଜଳ ଆଣି ସ୍ନାନ କରାଯାଇ ଖେଚୁଡି ଭୋଗ ଓ ଘର୍ଷଣ ପରେ ମହାସ୍ନାନ କରାଯାଇ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇଥିଲା । ଏହାପରେ ଗଜଭୋଗ ଲାଗି କରା ଯାଇଥିଲା। ପୂଜକଙ୍କ ପରିବାର ପକ୍ଷରୁ ଚାଉଳ, ମୁଗ, ଗୁଡ, ନଡିଆ ସହ ବିଭିନ୍ନ ଦ୍ରବ୍ୟର ମିଶ୍ରଣର ଏହି ଗଜଭୋଗ ପ୍ରସ୍ତୁତି କରାଯାଇଥାଏ । ଏହି ଗଜ ଭୋଗକୁ ପାଇବା ପାଇଁ ଭକ୍ତ ବର୍ଷ ତମାମ ଅପେକ୍ଷା କରି ରହିଥାଏ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍