ଆହୁରି ଖସିବ ରାତିର ପାରଦ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ କୋହଲା ପାଗ କମିବା ସହ ବାଦଲ ହଟିବା ପରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ । ସେହିପରି ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଏବେ ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ଲାଗି ରହିଛି । ଗତକାଲି ଦିନ ସମୟରେ ଝାରସୁଗୁଡ଼ା ଓ କେନ୍ଦୁଝର ସହରର ଦିନର ତାପମାତ୍ରା ୧୯ ଦଶମିକ ୮ ଡିଗ୍ରୀ ରେକର୍ଡ ହୋଇଥିଲା । ୧୯୫୩ ମସିହା ଠାରୁ ଡିସେମ୍ବରରେ ଝାରସୁଗୁଡ଼ାରେ ୫ ଥର ପାଇଁ ଦିନର ସର୍ବନିମ୍ନ ତାପମାତ୍ରା ବୋଲି ଜଣାପଡ଼ିଛି । ୨୦୦୩ ଡିସେମ୍ବର ୧୬ ତାରିଖରେ ଝାରସୁଗୁଡ଼ାରେ ଦିନର ସର୍ବନିମ୍ନ ତାପମାତ୍ରା ୧୭ ଦଶମିକ ୪ ଡିଗ୍ରୀ ରେକର୍ଡ ହୋଇଥିଲା ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ