ସାମୁଦ୍ରିକ ବାତ୍ୟା ସିତ୍ରଙ୍ଗ ବାଙ୍ଗାଲଦେଶରେ ସ୍ଥଳ ଭାଗ ଛୁଇଁଛି । ଏହି ବାତ୍ୟା ପ୍ରକୋପରେ ୭ଜଣଙ୍କ ଜୀବନ ଯାଇଛି । ପୂର୍ବରୁ ବାଙ୍ଗଲାଦେଶ ସରକାର ଅନେକ ଲୋକଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ଯଦିଓ ବାତ୍ୟାର ପ୍ରକୋପ ସେଭଳି ଉଗ୍ର ନଥିଲା ତଥାପି ବିଭିନ୍ନ ସ୍ଥାନରେ ପବନର ମାତ୍ରା ଅଧିକ ଯୋଗୁଁ ଗଛ ଉପୁଡି ପଡିଛି । ଏଥିସହିତ ଅନେକ କଚ୍ଚା ଘର ଭାଙ୍ଗିଯାଇଛି । ଏଥି ସହିତ ପ୍ରବଳ ବର୍ଷା ମଧ୍ୟ ଲାଗି ରହିଛି । ତେବେ ସେଠାକାର ଅଗ୍ନିଶମ ବିଭାଗ ଓ ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଙ୍ଗଲା ଦେଶର କକ୍ସ ବଜାର ଉପକୂଳ ଦେଇ ବାତ୍ୟା ସିତ୍ରଙ୍ଗ ଯିବ ବୋଲି ଜଣାପଡିବା ପରେ ପ୍ରାୟ ୨୮ହଜାର ୧୫୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଏଥି ସହିତ ୨୭୩୬ ଗୋରୁ ଗାଈଙ୍କୁ ନିରାପଦ ସ୍ଥାନକୁ ନିଆଯାଇଥିଲା ।
More Stories
୭୬ ତମ ଗଣତନ୍ତ୍ର ଦିବସ
ଆଇଆଇଟିରେ ପଢୁଛନ୍ତି କଳିଯୁଗ କୃଷ୍ଣ
ଚିକେନ୍ ନୁହେଁ ସ୍ତ୍ରୀର ମାଂସକୁ ସିଝାଇଲେ କୁକୁରରେ