The Topmost

“The eyes believe themselves, the ears believe other people.”

Biden bans Russian oil imports over Ukraine war @the_topmost

ବାଇଡେନଙ୍କ ଭାଷଣକୁ ନେଇ ଚର୍ଚ୍ଚା

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ଚର୍ଚ୍ଚାର କାରଣ କୌଣସି ରାଜନୈତିକ କିମ୍ବା କୁଟନୀତି ପ୍ରସଙ୍ଗ ନୁହେଁ । ନିଜ ଭାଷଣ ପାଇଁ ଖବରର ଶିରୋନାମା ପାଲଟିଛନ୍ତି ଆମେରିକା ରାଷ୍ଟ୍ରପତି । ଲଗାତାର କିଛି ଦନ ହେବ ବାଇଡେନଙ୍କ ଭାଷଣରେ ତ୍ରୁଟି ଦେଖିବାକୁ ମିଳୁଛି । ନିକଟରେ ଠିକ ସେଭଳି କିଛି କହି ସମାଲୋଚନା ଘେରକୁ ସେ ଆସିଛନ୍ତି  । ନିକଟରେ ଏକ ବିଶ୍ୱବିଦ୍ୟାଳୟରେ ପହଁଚି ବାଇଡେନ ‘ଗନ କଲଚର’ ଉପରେ ଭାଷଣ ଦେଉଥିଲେ । ଭାଷଣ ଶେଷ କରିବା ପୂର୍ବରୁ ବାଇଡେନ କହିଥିଲେ ‘ଇଶ୍ୱର ରାଣୀଙ୍କୁ ରକ୍ଷା କରନ୍ତୁ’ । ରାଷ୍ଟ୍ରପତିଙ୍କ ଏହି କିଛି ସେକେଣ୍ଡର କଥା ଭାଇରାଲ ହେବା ସହ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । କିଛି ଦିନ ପୂର୍ବରୁ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବାଇଡେନ କହିଥିଲେ ଆମେରିକା ସରକାର ପ୍ରଶାନ୍ତ ମହାସାଗରୁ ଭାରତ ମହାସାଗରରୁ ରେଳପଥ ନିର୍ମାଣ ଯୋଜନା କରିବେ । ଏଥିସହ ସେ କହିଥିଲେ କି ସେ ବିନା ଲେଖାରେ ଭାଷଣ ଦେଉଛନ୍ତି ହୁଏତ କିଛି ତ୍ରୁଟି ରହିପାରେ । ସେଠାରେ ଉପସ୍ଥିତ ଥିବା ଲୋକ ବାଇଡେନଙ୍କ କଥା ଶୁଣି ହସିଥିଲେ ।

SHARE BY