ବାଇକ୍ରେ ଯାତ୍ରୀ ପରିବହନ କରିବା ‘ମୋଟର୍ ଭେଇକ୍ଲ୍ ଆକ୍ଟ୍ ୧୯୮୮’ର ଉଲ୍ଲଂଘନ ବୋଲି ଦର୍ଶାଇ ଦିଲ୍ଲୀ ରାସ୍ତାରେ ପରିବହନ ବିଭାଗ ବ୍ୟାବସାୟିକ ବାଇକ୍ ଟ୍ୟାକ୍ସି ସେବା ଉପରେ ନିଷେଧାଦେଶ ଜାରି କରିଛି । ଏହି ଆଇନ ଉଲ୍ଲଂଘନ କଲେ ୧ ଲକ୍ଷ ଟଙ୍କା ଜରିମାନା ପଡ଼ିବ ବୋଲି ଉକ୍ତ ଆଇନରେ ଉଲ୍ଲେଖ ଅଛି । ଏହି ଆଇନ ଉଲ୍ଲଂଘନ କରି ପ୍ରଥମ ଥର ଧରାପଡ଼ିଲେ ଉଲ୍ଲଂଘନକାରୀଙ୍କୁ ୫୦୦୦ ଟଙ୍କା ଓ ଦ୍ବିତୀୟବାର ୧୦,୦୦୦ ଟଙ୍କା ଜରିମାନା ସହିତ ବର୍ଷେ କାରାଦଣ୍ଡାଦେଶ ହେବ ବୋଲି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି ବିଜ୍ଞପ୍ତିରେ ପରିବହନ ବିଭାଗ ସତର୍କ କରାଇ ଦେଇଛି । ଏହାଛଡ଼ା, ଧରାପଡ଼ିଥିବା ଚାଳକ ମଧ୍ୟ ୩ ମାସ ପାଇଁ ତାଙ୍କ ଲାଇସେନ୍ସ୍ ହରାଇବେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍