The Topmost

“The eyes believe themselves, the ears believe other people.”

dfg

ବଲିଉଡ୍‌ ଚଳଚ୍ଚିତ୍ରରେ ଭିନ୍ନ ମେକଅପ୍‌ ଲୁକ୍‌

ଚଳଚ୍ଚିତ୍ରରେ ଅଭିନେତାମାନଙ୍କର ନୂତନ ଚେହେରା ବିଷୟରେ ସାଧାରଣତ ଆଲୋଚନା କରାଯାଇଥାଏ । ଅନେକ ଥର ଏହି ଅଭିନେତାମାନେ ଏପରି ଚେହେରା ଗ୍ରହଣ କରନ୍ତି ଯାହା ସେମାନଙ୍କର ମୂଳ ଲୁକ୍‌ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହାକୁ ଦେଖି ଆପଣମାନେ ଜାଣି ପାରିବେନି ଯେ ଏମାନେ ସମାନ ଅଭିନେତା ଯାହାକୁ ଆପଣା ପରଦାରେ ଦେଖନ୍ତି । ତେବେ ଦେଖିବା ଚଳଚ୍ଚିତ୍ରରେ ଅଭିନେତାମାନଙ୍କ ଏହି ଲୁକ୍‌ ।
ପା ଚଳଚ୍ଚିତ୍ରରେ ବିଗ୍‌ ବି ଏକ ଶିଶୁ ଭୂମିକାରେ ଅଭିନୟ କରିଥିଲେ । ଯାହାକି ପ୍ରିଜେରିଆ ନାମକ ଏକ ରୋଗ । ଆନ୍ତର୍ଜାତୀୟ ମେକ୍‌ ଇନ୍‌ କଳାକାର କ୍ରିଷ୍ଟିନ ଟିନ୍ସଲି ହିଁ ଏହି ଚଳଚ୍ଚିତ୍ରରେ ଅମିତାଭଙ୍କୁ ଏହି ଲୁକ୍‌ ଦେଇଥିଲେ । ଯିଏକି ଏହି ଲୁକ୍‌ ପାଇଁ ୨୦୦୯ ରେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅମିତାଭଙ୍କୁ ଏହି ଲୁକ୍‌ ଦେବା ପାଇଁ ମେକଅପ୍‌ କଳାକାରଙ୍କୁ ୬ ଘଣ୍ଟା କଠିନ ପରିଶ୍ରମ କରିବାକୁ ପଡିଥିଲା ଏବଂ ଏହି ମେକଅପ୍‌ ହଟାଇବାକୁ ୨ ଘଣ୍ଟା ଲାଗିଥିଲା । ଏହି ଲୁକରେ ଅମିତାଭଙ୍କୁ ଦେଖିବା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ଅମିତାଭଙ୍କ ଏହି ଲୁକ୍‌ ମଧ୍ୟ ଅନେକ ଆଲୋଚନାରେ ଆସିଛି ।

paa movie bachan look


ରାଜକୁମାର ରାଓ ରାବତା ଳଚ୍ଚିତ୍ରରେ ଏକ କ୍ୟାମୋ କରିଥିଲେ । ଏହି ଚଳଚ୍ଚିତ୍ରରେ ରାଜକୁମାରଙ୍କୁ ୩୨୪ ବର୍ଷର ବ୍ୟକ୍ତି ଭାବରେ ଦେଖିବାକୁ ମିଳିଥିଲା । ଯଦି ଆପଣ ଜାଣି ନାହାଁନ୍ତି ଯେ ସେ ରାଜକୁମାର ରାଓ, ତେବେ ଆପଣ ତାଙ୍କୁ ଏହି ଲୁକରେ ବିଲକୁଲ ବି ଚିହ୍ନି ପାରିନଥିବେ । ଏହି ଲୁକକୁ ଗ୍ରହଣ କରିବା ପାଇଁ ରାଜକୁମାର ରାଓ କଠିନ ପରିଶ୍ରମ କରିଥିଲେ । ଏଥିପାଇଁ ସେ ୧୬ ଟି ଲୁକ୍‌ ଟେଷ୍ଟ ଦେଇଥିଲେ । ତାପରେ ଏହି ଲୁକ ଫାଇନାଲ ହୋଇଥିଲା । ମେକଅପ୍‌ ଆର୍ଟିଷ୍ଟ ଜୁବେ ଜୋହଲଙ୍କ ଦ୍ୱାରା ଏହି ଲୁକ୍‌ ରାଜକୁମାରଙ୍କୁ ଦିଆଯାଇଥିଲା ।

rabta movie rajkuma’s look


ହ ୍ରିତିକ୍‌ ରୋଶନ୍‌ ଧୁମ୍‌ ୨ରେ ଅନେକ ଲୁକ୍‌ ବଦଳାଇଥିଲେ । ତାଙ୍କର ପ୍ରତ୍ୟେକ ପରିବର୍ତ୍ତିତ ରୂପରେ ତାଙ୍କୁ ଚିହ୍ନିବା ମୁସ୍କିଲ୍‌ ହୋଇଥିଲା । ତାଙ୍କୁ ଏହି ଚଳଚ୍ଚିତ୍ରରେ ଲୁକ୍‌ ବଦଳାଇବାରେ ଜଣେ ବିଶେଷଜ୍ଞ ବୋଲି ଦର୍ଶାଯାଇଛି । ଯେଉଁଥିପାଇଁ ସେ ଚୋରି କରିବା ପରେ କଡା ସୁରକ୍ଷା ପାଇବା ପରେ ମଧ୍ୟ ଧରାଯାଏ ନାହିଁ । ଏହି ଚଳଚ୍ଚିତ୍ରରେ ହ ୍ରିତିକଙ୍କୁ ଜଣେ ପୁରୁଣା ସୁରକ୍ଷାକର୍ମୀ ରୂପରେ ଦର୍ଶାଯାଇଛି ।

dhoom 2 hritik look


୧୯୯୬ ଚଳଚ୍ଚିତ୍ର ଇଣ୍ଡିଆନରେ କମଲ ହାସନଙ୍କର ଏକ ଡବଲ ଭୂମିକା ଥିଲା । ଏଥିରେ ସେ ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ । କମଲ ହାସନଙ୍କ ଏହି ଲୁକ୍‌ ତାଙ୍କ ମୂଳ ଲୁକ୍‌ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ତାଙ୍କୁ ମେକଅପ୍‌ କଳାକାର ମାଇକେଲ୍‌ େୱଷ୍ଟମୋର୍‌ ଏବଂ ମାଇକେଲ୍‌ ଜୋନ୍ସ ମେକଅପ୍‌ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ କମଲ ହାସନ ଚତୁର୍ଥ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ ।

fan movie shahruk look


ଅନ୍ୟ ଏକ ଚଳଚ୍ଚିତ୍ରରେ ଋଷି କପୁରଙ୍କୁ ୯୦ ବର୍ଷ ବୟସ ବୋଲି ଦର୍ଶାଯାଇଛି । ମେକଅପ୍‌ ଆର୍ଟିଷ୍ଟ ଗ୍ରେଗ କେନୋମଙ୍କ ଦ୍ୱାରା ତାଙ୍କ ଲୁକ୍‌ ଦିଆଯାଇଥିଲା । ଏହି ଲୁକରେ ଋଷି କପୁରଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଫ୍ୟାନ୍‌ ଫିଲ୍ମରେ ଶାହାରୁଖ ଏକ ଡବଲ୍‌ ଭୂମିକାରେ ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ ତାଙ୍କ ଚେହେରାକୁ କେହି ଭୁଲି ପାରିବେ ନାହିଁ । ବହୁ ପରିଶ୍ରମ ସହିତ ଶାହାରୁଖଙ୍କୁ ଏହି ଚଳଚ୍ଚିତ୍ରରେ ଏକ ନୂଆ ଲୁକ୍‌ ଦିଆଯାଇଥିଲା । ମେକଅପ୍‌ ଆର୍ଟିଷ୍ଟ ଗ୍ରେଗ କେନୋମ ତାଙ୍କୁ ଏହି ଲୁକ୍‌ ଦେଇଥିଲେ ।ଛପାକ୍‌ ଫିଲ୍ମରେ ଦୀପିକା ଏକ ଏସିଡ୍‌ ଆଟାକ୍‌ ଭିକଫିମ୍‌ ରୂପେ ଚିତ୍ରିତ ହୋଇଥିଲେ । ଯେଉଁଥିପାଇଁ ଦୀପିକା ତାଙ୍କ ଚେହେରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଦୀପିକା ଲକ୍ଷ୍ମୀ ଅଗ୍ରୱାଲ ଭୂମିକାରେ ଅଭିନୟ କରିଥିଲେ ।

chappak movie deepka’s look

https://thetopmost.in/?p=1754

https://thetopmost.in/?tag=btown

https://thetopmost.in/?p=1786