ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜେପିର ଆକ୍ଷେପ । ବର୍ଷାଙ୍କୁ ବିଦେଶିନୀ କହି ଆକ୍ଷେପ କରିଛି ବିଜେପି । ପଦ୍ମପୁର ନିର୍ବାଚନ ପାଇଁ ଚାଲିଛି ଜୋରଦାର ଲଢେଇ । ଆଉ ଏହାରି ଭିତରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଦେଶିନୀ କହି ଆକ୍ଷେପ କରିଛି ବିଜେପି । ବିଜେପି ସିଧାସଳଖ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆକ୍ଷେପ କରିଛି । ବିଜେପି କହିଛି, ବର୍ଷା ଏ ମାଟିର ଝିଅ ହୋଇ ପାରନ୍ତି । ହେଲେ ସେ ବାହା ହୋଇ ଶାଶୁଘର ଚାଲିଯାଇଛନ୍ତି । କଣ ଶାଶୁଘରୁ ଆସି ଏଠିକାର ଲୋକଙ୍କ ପାଇଁ ଛିଡା ହୋଇ ପାରିବେ ବୋଲି ବିଜେପି ପ୍ରଶ୍ନ କରିଛି । ସେପଟେ ବର୍ଷା କହିଛନ୍ତି, ମୁଁ ଏ ମାଟିର ଝିଅ । ପଦ୍ମପୁରର ଲୋକଙ୍କ ପାଇଁ ସବୁବେଳେ ରହିବି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା