The Topmost

“The eyes believe themselves, the ears believe other people.”

ବର୍ଷା ଓ ଭୂସ୍ଖଳନରେ ୭୧ ଜଣଙ୍କ ମୃତ୍ୟୁ

ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ । ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ହିମାଚଳରେ ଆଗାମୀ ୨ ଦିନ ଏବଂ ଉତ୍ତରାଖଣ୍ଡରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉଦ୍ଧାରକାରୀ ଦଳ ହିମାଚଳରେ ଭୂସ୍ଖଳନ ଯୋଗୁଁ ଭାଙ୍ଗି ଯାଇଥିବା ମନ୍ଦିର ଏବଂ ଘରର ଭଗ୍ନାବଶେଷ ତଳୁ ୩ ମୃତଦେହ ବାହାର କରିଛନ୍ତି । ସିମ୍‌ଲାରେ ଶିବ ମନ୍ଦିର ଭୁଶୁଡ଼ିବା ଘଟଣା‌ରେ ପୁଣି ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଶିମ୍‌ଲାର ସ୍ଥାନୀୟ କ୍ରୀଷ୍ଣନଗରରୁ ୬ ଅସ୍ଥାୟୀ ଘର ସମେତ ମୋଟ୍‌ ୮ଟି ଘର ଭୁଶୁଡ଼ି ପଡ଼ିଛି । ଖରାପ ପାଗ ଯୋଗୁଁ ଆଜି ମଧ୍ୟ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଅଗଷ୍ଟ ୧୯ ପର୍ଯ୍ୟନ୍ତ ହିମାଚଳ ବିଶ୍ବବିଦ୍ୟାଳୟ ବନ୍ଦ ଘୋଷଣା କରାଯାଇଛି । ଏନ୍‌ଡିଆରଏଫ୍‌, ଏସଡିଆରଏଫ୍‌ ଏବଂ ସେନା ବାହିନୀ ମିଳିତ ଉଦ୍ଧାର ଅପରେସନ୍‌ ଜାରି ରଖିଛନ୍ତି ।

SHARE BY