ବେଆଇନ୍ ନଗଦ କାରବାରକୁ ବନ୍ଦ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ବର୍ଷକୁ ୨୦ ଲକ୍ଷ ଟଙ୍କାରୁ ଅଧିକ ଜମା କଲେ ପାନ୍ ଓ ଆଧାର ବାଧ୍ୟତାମୂଳକ ଭାବେ ଉପସ୍ଥାପନ କରିବାକୁ ପଡ଼ିବ। ଯେଉଁମାନେ ଏହି କାମ ନକରିବେ ସେମାନେ ଯେତିକି ଟଙ୍କା ଜମା କରିଥିବେ ତାହାର ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରାଶିକୁ ଜରିମାନା ଭାବେ ଅସୁଲ କରାଯିବ । ପୂର୍ବରୁ ରହିଥିବା ନିୟମ ଅନୁସାରେ ଦିନକୁ କିମ୍ବା ଏକକାଳୀନ ୫୦ ହଜାର ଟଙ୍କା ଜମା କରୁଥିବା ଗ୍ରାହକମାନଙ୍କ ଲାଗି ପାନ୍ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଥିଲା । ଦୈନିକ ୫୦ ହଜାର ଟଙ୍କାରୁ ଅଧିକ କିମ୍ବା ବାର୍ଷିକ ୨୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରିବାକୁ ଚାହୁଁଥିବା ଗ୍ରାହକମାନଙ୍କୁ ନିଶ୍ଚିତ ରୂପେ ପାନ୍ ହାସଲ କରିବାକୁ ହେବ । ଦୁଇ ଲକ୍ଷରୁ ଅଧିକ ନଗଦ ଟଙ୍କା ଗ୍ରହଣ କରିବାକୁ ମଧ୍ୟ ସରକାର ନିଷିଦ୍ଧ କରିଛନ୍ତି । ଏଭଳିକି ଗୋଟିଏ ଦିନରେ ନିଜ ପରିଜନଙ୍କଠାରୁ ମଧ୍ୟ କୌଣସି ବ୍ୟକ୍ତି ଦୁଇ ଲକ୍ଷରୁ ଅଧିକ ନଗଦ ଟଙ୍କା ଆଣିପାରିବେ ନାହିଁ । ପ୍ରଚଳିତ ଆୟକର ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିବେ ତେବେ ତାଙ୍କୁ ଚେକ୍, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ପେମେଣ୍ଟ୍ କରିବାକୁ ପଡ଼ିବ । କୌଣସି ଦାତାଙ୍କଠାରୁ ଏକକାଳୀନ ୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ଉପହାର ଗ୍ରହଣ କରାଯାଇପାରିବ ନାହିଁ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା