ଖୁବଶୀଘ୍ର ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି ବରିଷ୍ଠ ନେତା ଗୁଲାମନବୀ ଆଜାଦ । ଏନେଇ ସେ ଜାମ୍ମୁ-କାଶ୍ମୀରର ବାରାମୂଲା ଠାରେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି କି ଆଗାମୀ ୧୦ ଦିନ ମଧ୍ୟରେ ସେ ନୂଆ ରାଜନୈତିକ ପାର୍ଟିର ଘୋଷଣା କରିବେ । ଏହାସହ ସେ ଜମ୍ମୁ-କାଶ୍ମୀର ବାବଦରେ କହିଛନ୍ତି କି ଏଠାରେ ଅନେକ ବିନାଶକାରୀ ଘଟଣା ଘଟୁଛି । ଆକ୍ରମଣକାରୀ ମାନେ କାଶ୍ମୀରକୁ ଧ୍ୱଂସ କରିଦେଇଥିବା କଥା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଗଲମାନେ ୮୦୦ ବର୍ଷ ଧରି ଜାମ୍ମୁ-କାଶ୍ମୀରକୁ ଶାସନ କଲେ । ଏହାପରେ ଇଂରେଜମାନେ ୩୦୦ ବର୍ଷ ଧରି ଶାସନ କଲେ । ହେଲେ ଜାମ୍ମୁ-କାଶ୍ମୀରର ପରିସ୍ଥିତି ଯେଭଳି ଥିଲା ସେହିଭଳି ରହିଛି । ଏମାନେ କେବଳ ଜାମ୍ମୁ-କାଶ୍ମୀରକୁ ଲୁଟିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ