ବରିଷ୍ଠ ନାଗରିକଙ୍କୁ ରେଳଯାତ୍ରାରେ ମିଳିବନି ରିହାତି । ଏନେଇ କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବେତନ ଓ ପେନସନ ଭାର ଅଧିକ ରହୁଥିବାରୁ ସେ ଏଭଳି କହିଛନ୍ତି । ଲୋକସଭାରେ ମହାରାଷ୍ଟ୍ରର ସ୍ବାଧୀନ ସାଂସଦ ନବନୀତ ରବିରାଣାଙ୍କ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ କହିଛନ୍ତି, ଗତବର୍ଷ କରୋନା ସମୟରେ ଯାତ୍ରୀସେବା ଲାଗି ୫୯ହଜାର କୋଟି ଟଙ୍କା ସବସିଡି ଦିଆଯାଇଛି । ଯାହାକି କେତେକ ରାଜ୍ୟର ବଜେଟଠାରୁ ମଧ୍ୟ ଅଧିକ । ରେଳବାଇର ବର୍ତ୍ତମାନ ସ୍ଥିତି ଅନୁସାରେ ରିହାତି ଦେଇହେବନି ବୋଲି ସେ ସ୍ପଷ୍ଟ କରିଛନ୍ତି । କରୋନା ଆରମ୍ଭ ସମୟରୁ ବରିଷ୍ଠ ନାଗରିକଙ୍କୁ ରେଳରେ ଯାତ୍ରା ପାଇଁ ମିଳୁଥିବା ରିହାତିକୁ ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକାର ।
More Stories
ଆଇଆଇଟିରେ ପଢୁଛନ୍ତି କଳିଯୁଗ କୃଷ୍ଣ
ଚିକେନ୍ ନୁହେଁ ସ୍ତ୍ରୀର ମାଂସକୁ ସିଝାଇଲେ କୁକୁରରେ
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା