ବରମୁଣ୍ଡା ISBT ପାଇଁ କମିଶନରେଟ ପୋଲିସର ସହର ସର୍ଭେ । ଛକ ଛକରେ ବସର ଡାଟା ନେଉଛି ପୋଲିସ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବସର ରହଣି ଓ ପାର୍କିଂ ପାଇଁ ଆରମ୍ଭ ହୋଇଛି ସର୍ଭେ । ଏନେଇ ଭୁବନେଶ୍ବରର ୫୦ଟି ଛକରେ ପୋଲିସ କର୍ମଚାରୀଙ୍କ ଦ୍ବାରା ତଥ୍ୟ ନେଉଛି ପୋଲିସ । ଭୁବନେଶ୍ବର ବରମୁଣ୍ଡାକୁ ଆସୁଥିବା ବେସରକାରୀ ବସର ଡାଟା ନିଆଯାଉଛି । କେଉଁ ବସ୍ କେଉଁ ସମୟରେ ଭୁବନେଶ୍ବରରେ ପହଞ୍ଚୁଛି । କେଉଁ ଛକରେ କେତେ ସମୟ ରହୁଛି । ବସଟି କେଉଁ ରୁଟ ଦେଇ କେଉଁ ଆଡକୁ ଯାଉଛି । ବସର ନମ୍ବର ସହ ବସର ନା କେଉଁ ଛକରେ କେତେ ସମୟ ରହଣି ହୋଇ ବସଟି ଛାଡୁଛି । ସେସବୁର ପ୍ରକୃତ ସମୟ ସୀମା ଓ ସମ୍ପୃର୍ଣ୍ଣ ତଥ୍ୟ ରେକର୍ଡ ନେଉଛନ୍ତି ପୋଲିସ କର୍ମଚାରୀ । ଏଥିପାଇଁ କମିଶନରେଟ ପୋଲିସର ନବ ନିଯୁକ୍ତ ୨୦୦ କନଷ୍ଟେବଳ ୫୦ଟି ଛକରେ ଦୁଇରୁ ୪ଜଣ ନିୟୋଜିତ ହୋଇଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ