ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କୁ ନେଇ ଅନେକ ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ। ଯାହାକୁ ଲୋକ ବେଶ୍ ଲାଇକ୍ ସେୟାର କରିଥାଆନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ କୁକୁରର ଫଟୋ ଭାଇରାଲ ହେବାରେ ଲାଗିଛି। କୁକୁରଟିକୁ ଦକ୍ଷୀଣ ଭାରତୀୟ ବର ବେଶରେ ଦେଖିବାକୁ ମିଳିଛି। ବରବେଶରେ କୁକୁରଟି ଖୁବ୍ ଫନି ଦେଖାଯାଉଛି। କୁକୁରଟିର ମାଲିକ ତାକୁ ବିବାହ କରାଇବାକୁ ଚାହାନ୍ତି। ତେଣୁ ସେ କୁକୁରଟିକୁ ବର ବେଶରେ ସଜ କରି ତା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। କୁକୁରଟିକୁ ତା ମାଲିକ ପୁରା ସାଉଥ୍ ଷ୍ଟାଇଲ୍ରେ ସଜ କରିଛନ୍ତି। କୁକୁରଟି ଧଳା ରଙ୍ଗର ଲୁଙ୍ଗି ପିନ୍ଧିଥିବା ବେଳେ ଫିଙ୍କ କଲରର ସୁଟ୍ ପିନ୍ଧିଛି। ଏହାର କ୍ୟୁଟ୍ ଅନ୍ଦାଜକୁ ଲୋକ ବେଶ୍ ପସନ୍ଦ କରୁଛନ୍ତି। ଯାହାଫଳରେ ଫଟୋଟି ବହୁଳ ମାତ୍ରାରେ ଲାଇକ୍ ଓ ସେୟାର ହେଉଛି। ନିଜ କୁକୁର ପାଇଁ ଝିଅ ଖୋଜୁଥିବାର ପୋଷ୍ଟ ତଳେ ମାଲିକ ଉଲ୍ଲେଖ କରିଛନ୍ତି। ତେଣୁ କେତେ ଲୋକ କୁକୁରଟି ପାଇଁ କମେଣ୍ଟରେ ବାହାଘର ପ୍ରସ୍ତାବ ମଧ୍ୟ ଦେଉଛନ୍ତି।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ