ଆମେରିକାରୁ କାନାଡା ଯାଏ ସାଂଘାତିକ ସ୍ଥିତି । ବରଫ ଝଡ଼ ନେଲାଣି ୪୮ ଜଣଙ୍କର ଜୀବନ । କଲବଲ ହେଉଛନ୍ତି ଆମେରିକାବାସୀ । ବମ୍ ସାଇକ୍ଲୋନରେ ପ୍ରଭାବିତ ହୋଇଛନ୍ତି ୨୫ ଲକ୍ଷରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଛି ନ୍ୟୁୟର୍କର ସିଟି ଅଫ ବୋଫାଲୋ । ସେହିପରି ପଶ୍ଚିମ ଆମେରିକାର ମୋଣ୍ଟାନା ସହରରେ ସ୍ଥିତି ସଙ୍ଗୀନ । ସେଠାରେ ସର୍ବନିମ୍ନ ତାପାମାତ୍ରା ମାଇନସ୍ ୪୫ ଡିଗ୍ରୀ ରହିଛି । ଆମେରିକାରେ ପ୍ରବଳ ଥଣ୍ଡା ଏବଂ ବରଫାପାତ ଯୋଗୁଁ ଏପର୍ଯ୍ୟନ୍ତ ୪୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ବରଫ ଝଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି ବରଫ ଝଡ଼ରେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାର କାର୍ଯ୍ୟ ଏବେ ବି ଲାଗି ରହିଛି । ଏହା ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲୋକେ ନିଜ କାର, ଘରେ ଏବଂ ବରଫ ତଳେ ମୃତ୍ୟୁବରଣ କରିଛନ୍ତି । ବରଫ ଝଡ଼ ଯୋଗୁଁ ୧୫ ହଜାରରୁ ଅଧିକ ବିମାନ ଉଡ଼ାଣ ରଦ୍ଦ କରିଦିଆଯାଇଛି । ଆମେରିକାରେ ଆସିଥିବା ବରଫ ଝଡ଼ ଯୋଗୁଁ ଦେଶରେ ଅନେକ ଭାଗରେ ପ୍ରବଳ ଥଣ୍ଡା ଲାଗି ରହିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ