The Topmost

“The eyes believe themselves, the ears believe other people.”

ବନ୍ୟା ଯୋଗୁଁ ଆସାମରେ ହାହାକାର ପରିସ୍ଥିତି

ବନ୍ୟା ଯୋଗୁଁ ଆସାମରେ ହାହାକାର ପରିସ୍ଥିତି । ଲଗାଣବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ବଡ ସମସ୍ୟା ନେଇ ଆସିଛି । ୧୪ଜିଲ୍ଲାର ୫ଲକ୍ଷ ଲୋକ ଏବେ ସୁଦ୍ଧା ପ୍ରଭାବିତ ହେବା ସହ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ପ୍ରଳୟଙ୍କାରୀ ବନ୍ୟାରେ ଏବେ ସୁଦ୍ଧା ୧୪ହଜାର ଲୋକଙ୍କ ଘରେ ପଶିଛି ବନ୍ୟା ପାଣି । ଦିନକୁ ଦିନ ଏଠାକାର ସ୍ଥିତି ବିଗିଡିବାରେ ଲାଗିଛି । ବନ୍ୟା ପାଣିରେ କିଛି ପୋଲ ଭାଙ୍ଗିବା ଫଳରେ ଗାଁରୁ ଗାଁ ବିଚ୍ଛିନ୍ନ ହୋଇପଡିଛି । କିଛି ସ୍ଥାନରେ ଲୋକମାନେ ଫସି ରହିଥିବାବେଳେ ଏନଡିଆରଏଫ ଟିମ ଉଦ୍ଧାରକାର୍ଯ୍ୟ କରୁଛି । ୧୧ଜିଲ୍ଲା ପାଇଁ ଆଗାମୀ ୫ଦିନ ପାଇଁ ରେଡ ଆଲର୍ଟ, ୧୨ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣି ଓ ବାକି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ କିଛି ସ୍ଥାନରେ ଅତ୍ୟଧିକ ବର୍ଷା ପାଇଁ ଆଲର୍ଟ ରହିଛି । ୧୪ଶହ ଗାଁ ବନ୍ୟା ପାଣିରେ ବୁଡି ରହିଛି ।