ନୂଆ ରୂପ ପାଇବ କଟକ ରେଳ ଷ୍ଟେସନ୍ । ବାରବାଟୀ ଦୁର୍ଗ ପରି ଷ୍ଟେସନର ପୁନଃସୌନ୍ଦର୍ଯ୍ୟକରଣ କରାଯିବ । କଟକ ଷ୍ଟେସନ୍ର ନୂଆ ନକ୍ସାକୁ ଚୂଡାନ୍ତ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । କଟକ ରେଳ ଷ୍ଟେସନର ପୁନଃନବୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଏକ ଡିଜାଇନ୍ ପ୍ରସ୍ତୁତ କରିଥିଲେ । ଆଉ ସେହି ଡିଜାଇନକୁ ଟ୍ୱିଟ୍ କରି ଜନସାଧାରଣଙ୍କ ମତାମତ ଚାହିଁଥିଲେ । ଅଶ୍ୱିନୀ ବୈଷ୍ଣବଙ୍କ ଏହି ଡିଜାଇନକୁ ୭୪ ପ୍ରତିଶତରୁ ଅଧିକ ଜନସମର୍ଥନ ମିଳିଥିଲା । ଲୋକଙ୍କ ମୂଲ୍ୟାୟନ ଓ ବିପୁଳ ସମର୍ଥନକୁ ଆଧାର କରି ରେଳମନ୍ତ୍ରୀ ସେହି ପ୍ରସ୍ତାବିତ ଡିଜାଇନକୁ ଚୂଡାନ୍ତ କରିଛନ୍ତି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା