୧୯ ବର୍ଷ ପରେ ବଦଳିବ ଓଡ଼ିଶା ବୋଟ୍ ଅଧିନିୟମ । ଦୁଇ ମାସ ଭିତରେ ଆସିବ ନୂଆ ଓଡ଼ିଶା ବୋଟ ଅଧିନିୟମ । କେନ୍ଦ୍ରୀୟ ଆଇନ ଢାଞ୍ଚାରେ ତିଆରି ହେବ ଅଧିନିୟମ । ଜଳପଥରେ ନିରାପଦ ଯାତ୍ରା ସହ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ନୂଆ ଅଧିନିୟମ ଅନୁସାରେ ସାରା ରାଜ୍ୟରେ ଚାଲିବ ଗୋଟିଏ ପ୍ରକାର ବୋଟ୍ । ଯାହାର ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି । ଯାତ୍ରୀଙ୍କ ସହ ଜଳପଥରେ ପଣ୍ୟ କାରବାର ବଢ଼ିବ । ସମୁଦ୍ର, ନଦୀ ଓ ହ୍ରଦରେ ଚାଲିବ ଯାତ୍ରୀବାହୀ ବୋଟ୍ । ବୋଟ୍ ମାଲିକ, ନିର୍ମାତା, ଅଧିକାରୀ ଓ ନୀତି ନିର୍ଦ୍ଧାରକଙ୍କୁ ନେଇ ନୂଆ ବୋଟ୍ ଅଧିନିୟମ ନେଇ ବିଚାର ବିମର୍ଶ ଚାଲିଛି । ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ଏହି ସୂଚନା ଦେଇଛନ୍ତି । ସେହିପରି ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ୍ ବୋଟ୍ । ୩ ମାସ ମଧ୍ୟରେ ପରୀକ୍ଷାମୂଳକ ଭାବେ ପ୍ରଥମ ସୋଲାର ବୋଟ୍ ଚାଲିବ । ଏହି ବୋଟ ଚାଲିଲେ ବର୍ଷକୁ ୭ ଲକ୍ଷ ଟଙ୍କା କମିବ ପରିବହନ ଖର୍ଚ୍ଚ ।
More Stories
ମଣ୍ଡିରୁ ଧାନଉଠା ବିଳମ୍ବରେ କାରଣ ଦର୍ଶାଅ ନୋଟିସ୍
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ